Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ୍ ନିଲାମ : ୭ଜଣଙ୍କ ନାମ ପଠାଇଲା ଓସିଏ

    Share on :
    Date: Jan 14, 2018    Views: 245


    କଟକ: ଆସନ୍ତା ୨୭ ଓ ୨୮ ଦୁଇଦିନ ଧରି ହେବାକୁ ଥିବା ୨୦୧୮ ଆଇପିଏଲ୍ ନିଲାମ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ ୭ଜଣ ଖେଳାଳିଙ୍କ ନାମ ସୁପାରିସ୍ କରିଥିବା ସୂଚନା ମିଳିଛି । ଏହି ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଗୋବିନ୍ଦ ପୋଦ୍ଧାର, ରାଜେଶ ଧୂପର, ବିପ୍ଳବ ସମନ୍ତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଶୁଭ୍ରାଂଶୁ ସେନାପତି, ଶୁଭମ ନାୟକ ଓ ଅଭିଷେକ ରାଉତ । ଚଳିତ ବର୍ଷ ରଣଜୀ ଟ୍ରଫିରେ ଏହି ଖେଳାଳିମାନେ ଓଡ଼ିଶା ପକ୍ଷରୁ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ । ଚଳିତ ସିଜନ୍ରେ ଶୁଭ୍ରାଂଶୁ ସମସ୍ତ ୬ଟି ମ୍ୟାଚ୍ ଖେଳି ୮ଟି ଇନିଂସ୍ରେ ୨ଟି ଶତକ ସହ ୫୩.୩୭ ହାରରେ ମୋଟ୍ ୪୨୭ ରନ୍ ସଂଗ୍ରହ କରିଥିଲେ । ସେହିଭଳି ବିପ୍ଳବ ସାମନ୍ତରାୟ ୮ଟି ଇନିଂସ୍ରେ ୫୮.୧୬ ହାରରେ ମୋଟ୍ ୩୪୯ ରନ୍ ସଂଗ୍ରହ କରିବା ସହ ୭ଟି ୱିକେଟ୍ ଅକ୍ତିଆର କରିଥିଲେ । ଦଳର ନେତୃତ୍ୱ ନେଇଥିବା ଗୋବିନ୍ଦ ୯ଟି ଇନିଂସ୍ରୁ ଗୋଟିଏ ଶତକ (୧୧୧) ଓ ଗୋଟିଏ ଅର୍ଦ୍ଧଶତକ (୮୭) ବଳରେ ୩୫.୭୭ ହାରରେ ମୋଟ୍ ୩୨ ୨ରନ୍ ସଂଗ୍ରହ କରିବା ସହ ୧୧ଟି ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ଅନ୍ୟପକ୍ଷରେ ଚଳିତ ବର୍ଷ ଓଡ଼ିଶାର ସବୁଠୁ ସଫଳ ବ୍ୟାଟ୍ସମ୍ୟାନ୍ ରାଜେଶ ଧୂପର ୨୩ ବର୍ଷରୁ କମ୍ ଦଳରେ ଲଗାତାର ୨ଟି ଶତକ ଅର୍ଜନ କରିବା ପରେ ରଣଜୀ ଦଳରେ ସାମିଲ ହୋଇଥିଲେ । ଏହି ସିଜନ୍ରେ ଓଡ଼ିଶା ପାଇଁ ସର୍ବାଧିକ ୱିକେଟ୍ ସଂଗ୍ରହ କରିଥିବା ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନାମ ମଧ୍ୟ ଓସିଏ ପକ୍ଷରୁ ସୁପାରିସ କରାଯାଇଛି । ଏହି ସିଜନ୍ରେ ସୂର୍ଯ୍ୟକାନ୍ତ ୬ଟି ମ୍ୟାଚ୍ର ୮ଟି ଇନିଂସ୍ରେ ବୋଲିଂ କରି ୧୪ଟି ୱିକେଟ୍ ଅକ୍ତିଆର କରିଥିଲେ । ଅନ୍ୟପକ୍ଷରେ ମହାରାଷ୍ଟ୍ରରୁ ୮ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଓ ୧୫ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିବା ସହ ରାଜସ୍ଥାନ ରୟାଲ୍ସରୁ ଆଇପିଏଲ୍ ଖେଳିଥିବା ଅଭିଷେକ ରାଉତଙ୍କ ନାମ ମଧ୍ୟ ଓସିଏ ପକ୍ଷରୁ ଆଇପିଏଲ୍ ନିଲାମ ପାଇଁ ଦିଆଯାଇଥିବା ସୂଚନା ମିଳିଛି । ଅଭିଷେକ ଚଳିତ ବର୍ଷ ଓଡ଼ିଶା କ୍ରିକେଟ୍ ଆସୋସିଏସନ ସହ ଅନୁବନ୍ଧିତ ହେବା ସହ ରାଞ୍ଚôଠାରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି । ସେହିଭଳି ୨୩ ବର୍ଷରୁ କମ୍ କ୍ରିକେଟ୍ ସହ ୨ଟି ରଣଜୀ ମ୍ୟାଚ୍ ଖେଳିଥିବା ଶୁଭମ ନାୟକଙ୍କ ନାମ ମଧ୍ୟ ଓସିଏ ଏହି ନିଲାମ ପାଇଁ ପଠାଇଛି । ଶୁଭମ କର୍ଣ୍ଣେଲ୍ ସିକେ ନାଇଡ଼ୁ ଟ୍ରଫିରେ ୪ଟି ମ୍ୟାଚ୍ ଖେଳି ମୋଟ୍ ୧୩ଟି ୱିକେଟ୍ ହାସଲ କରିଥିଲେ । ମଧ୍ୟପ୍ରଦେଶ ଓ ଝାଡଖଣ୍ଡ ବିପକ୍ଷରେ ଶୁଭମ ଗୋଟିଏ ଇନିଂସ୍ରେ ୫ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook