Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରସାଦଙ୍କ ବିରୋଧରେ ମାମଲା କରିବ ରାୟଗଡ଼ା ବିଜେପି

    Share on :
    Date: Jan 12, 2018    Views: 617

    ରାୟଗଡ଼ାରୁ ଦେବାଶିଷ ଖାଡ଼ଙ୍ଗା : କଂଗ୍ରେସ ଭବନରେ ବିଜେପି ବ୍ଲକ ଅଧ୍ୟକ୍ଷ ଫୁଲ ଛାଡ଼ି ହାତ ଧରିବା ପରେ ରାୟଗଡ଼ା ରାଜନୀତି ସରଗରମ ହୋଇଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ଵର୍ଷିଛି ରାୟଗଡ଼ା ଵିଜେପି। ଵିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଜାଲ ଦସ୍ତଖତ କରି ଗଣମାଧ୍ୟମରେ କଂଗ୍ରେସ ମିଛ କହିଛି। ତେଣୁ ପିସିସି ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲା ଵିଜେପି ସଭାପତି ଶିବଶଙ୍କର ଉଲାକା କହିଛନ୍ତି। ସୂଚନାଯୋଗ୍ୟଯେ, ରାୟଗଡ଼ାର ୧୧ଟି ବ୍ଲକ ମଧ୍ୟରୁ ବିଜେପି ମୁନିଗୁଡ଼ା ପଂଚାୟତ ସମିତିକୁ କବଜା କରିବାରେ ସଫଳ ହୋଇଥିଲା  । ଏହି ଟିକକ ସଫଳତା ମଧ୍ୟ ରାୟଗଡ଼ା ଭଳି କଂଗ୍ରେସ ଗଡ଼ରେ ବିଜେପି ପାଇଁ ଆଶାର କିରଣ ସୃଷ୍ଟି କରିଥିଲା  । ତେବେ ଆଜି ମୁନିଗୁଡ଼ା ବ୍ଲକର ଅଧ୍ୟକ୍ଷ ଶ୍ରୀଧର କରଡ଼ା, ୭ ସରଂପଚ ଓ ୮ ସମିତିସଭ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି  । କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ଜନପ୍ରତିନିଧିମାନଙ୍କୁ କୋଳେଇ ନେଇଛନ୍ତି  । ଏହି ଅବସରରେ ରାୟଗଡ଼ାର ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁୁରୁଷୋତମ ଗମାଙ୍ଗ ଉପସ୍ଥିତ ଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook