Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ଚାଷୀ ସ୍ୱାର୍ଥ ବିରୋଧୀ କେନ୍ଦ୍ର ସରକାରଙ୍କୁ ଲୋକେ ଠିକଣା ଜବାବ ଦେବେ’

    Date: Jan 12, 2018    Views: 39

    ପଞ୍ଚମ ଦିନରେ ୧୦ଟି ବ୍ଲକରେ ବିଜେଡିର ଗଣବିକ୍ଷୋଭ ଓ ଧାରଣା
    ଭୁବନେଶ୍ୱର : ଏମ୍‍ଏସ୍‍ପି ବୃଦ୍ଧି ଦାବିକୁ ଚାଷୀଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବା ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ୧୨ଟି ସର୍ବାଧିକ ଧାନ ଉପôାଦନକାରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଥିବା ଗଣବିକ୍ଷୋଭ ଓ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ଚାଷୀସ୍ୱାର୍ଥ ବିରୋଧୀ ଆଭିମୁଖ୍ୟକୁ ଲୋକେ ଠିକ୍‍ ବୁଝି ସାରିଛନ୍ତି । ଓଡ଼ିଶାବାସୀ କେନ୍ଦ୍ରର ଏଭଳି ଅବିଚାରକୁ ବରଦାସ୍ତ କରିବେ ନାହିଁ ବୋଲି ଆଜି ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜୁ ଜନତା ଦଳର ପ୍ରତିନିଧି ତଥା କର୍ମକର୍ତ୍ତାମାନେ କହିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବରଗଡ଼ ଜିଲ୍ଲାର ଭଟ୍‍ଲି, ବଲାଙ୍ଗିର ଜିଲ୍ଲାର ସଇଁତଳା ଓ ଆଗଲପୁର, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ବୈପାରୀଗୁଡ଼ା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, ନୂଆପଡ଼ା ଜିଲ୍ଲାର ବୋଡେନ୍‍, ସମ୍ବଲପୁର ଜିଲ୍ଲାର ମାନେଶ୍ୱର, ଜମନକିରା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲ୍ଲୀ ବ୍ଲକ ଅଫିସ ସମ୍ମୁଖରେ ଆଜି ଦୁଇ ଘଣ୍ଟିଆ ଗଣବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । 


    ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଣ୍ଟିଆ ଗଣବିକ୍ଷୋଭ ଓ ଧାରଣା ଦେବା ପରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏହି ମର୍ମରେ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦାବି କରାଯାଇଛି ଯେ ଧାନର ସଠିକ ମୂଲ୍ୟ ନିର୍ଦ୍ଧାରଣ କରିବା ନିଷ୍ପତ୍ତିରେ କେନ୍ଦ୍ର ସରକାର ପୁନର୍ବିଚାର କରନ୍ତୁ । ଏହାର ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରି ଧାନଚାଷୀଙ୍କୁ ନ୍ୟାୟ ଦିଅନ୍ତୁ । ଧାରଣା ସ୍ଥଳରେ ବିଜୁ ଜନତା ଦଳ ପ୍ରତିନିଧିମାନେ କହିଛନ୍ତି ଯେ ବନ୍ୟା, ବାତ୍ୟା, ମରୁଡ଼ି ସହ ରୋଗପୋକ ପ୍ରତିବର୍ଷ ଓଡ଼ିଶା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି । ମାତ୍ର କେନ୍ଦ୍ର ସରକାର ଏସବୁ ଜାଣି ବି ଓଡ଼ିଶା ପ୍ରତି ନକାରାତ୍ମକ ମନୋଭାବ ପୋଷଣ କରି ଆସୁଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାର ଓଡ଼ିଶାକୁ କାହିଁକି ଭିନ୍ନ ଆଖିରେ ଦେଖୁଛନ୍ତି ତାହା ଲୋକଙ୍କୁ ଅଛପା ନାହିଁ । ଏ ବର୍ଷ ଅଦିନିଆ ବର୍ଷା, ରୋଗ ପୋକ ଧାନଚାଷୀଙ୍କ ପାଇଁ କାଳ ହୋଇଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରି କେନ୍ଦ୍ର ସରକାର ବୋଝ ଉପରେ କୋରଡ଼ା ମାଡ଼ କରିଛନ୍ତି । ଏମ୍‍ଏସ୍‍ପିର ମୂଲ୍ୟ ବୃଦ୍ଧିକୁ ନେଇ ଓଡ଼ିଶା ବିଧାନସଭା ଗୃହକମିଟିର ସର୍ବସମ୍ମତ ପ୍ରସ୍ତାବକୁ ସ୍ୱୀକାର କରି କେନ୍ଦ୍ର ସରକାର ଓଡ଼ିଶାର ଚାଷୀକୁଳଙ୍କୁ ଉପଯୁକ୍ତ ନ୍ୟାୟ ଦିଅନ୍ତୁ । ଗଣବିକ୍ଷୋଭ ଓ ଧାରଣାସ୍ଥଳରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟିକା ଟୁକୁନି ସାହୁ, ବିଧାୟକ ଯୋଗେନ୍ଦ୍ର ବେହେରା, ସାଂସଦ ଝିନ ହିକକା, ବିଧାୟକ ମାନସ ମାଡକାମୀ, ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, ବିଜେଡି ନେତା ଲମ୍ବୋଧର ନିଆଲ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ସରୋଜ କାମ୍ପ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରମୋଦ ରଥ ପ୍ରମୁଖ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି ।
    ଆଜିର ପ୍ରତିବାଦ ସଭାରେ ଆଗଲପୁର ବ୍ଲକ ସମ୍ମୁଖରେ ଯୁବ ରାଜ୍ୟ ସାଧାରଣ ସଂପାଦକ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ବ୍ଲକ ସଭାପତି ପ୍ରମୋଦ ମିଶ୍ର, ବରିଷ୍ଠ ନେତା ଗୋବର୍ଦ୍ଧନ ସାହୁ, ପଞ୍ଚୁ ପ୍ରଧାନ, ସୁଧୀର ପଟେଲ, ଡେରି ଗଡ଼ତିଆ, ବିଧାୟକଙ୍କ ପ୍ରତିନିଧି ଆଶିଷ ସିଂହଦେଓ, ବ୍ଲକ ଯୁବ ସଭାପତି ନାରାୟଣ ସାହୁ, ଉପ-ସଭାପତି ଉତ୍ତମ ଭୋଇ, ସଇଁତଳା ବ୍ଲକ ସମ୍ମୁଖରେ ସାଂସଦ କଳିକେଶ ନାରାୟଣ ସିଂହଦେଓ, ବିଧାୟିକା ଟୁକୁନି ସାହୁ, ବ୍ଲକ ସଭାପତି ଦିଲ୍ଲୀପ ରାଜପାଲିଆ, ପର୍ଯ୍ୟବେକ୍ଷକ ସୁରେଶ ମହାନନ୍ଦ, ଦେବାନନ୍ଦ ମହନା, ନାନ ପାଣିଗ୍ରାହୀ, ଲକ୍ଷ୍ମୀପୁର ବ୍ଲକ ସମ୍ମୁଖରେ ବ୍ଳକ ସଭାପତି ପ୍ରସାଦ ଖରାଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭ୍ୟ ପ୍ରେମଚନ୍ଦ୍ର ଡଙ୍ଗରୀ, ପିଣ୍ଟୁ କୌଶଲ୍ୟା, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି, ଦଶମନ୍ତପୁର ପର୍ଯ୍ୟବେକ୍ଷକ ବିନୋଦ ନାୟକ, ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ କମଳୁ ଜାନି, ସାଂଗଠନିକ ସଂପାଦକ ଉକ୍ରଳ ରଞ୍ଜନ ନାୟକ, କୋରକୁଣ୍ଡା ବ୍ଲକ ସମ୍ମୁଖରେ ବ୍ଳକ ସଭାପତି ସତ୍ୟନାରାୟଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଧାୟକ ମାନସ ମାଡ଼କାମୀ, ଡମ୍ବରୁ ସିସା, ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ବରିଷ୍ଠ ନେତା ପ୍ରଭାକର ପ୍ରଧାନ, ସରପଞ୍ଚ ବଂଶୀଧର ମୁଦୁଲି, ସୋମନାଥ ବାର୍‍ସେ, ବ୍ଲକ ଉପ-ସଭାପତି ମାଧବ ସାବତ, ସଂପାଦକ ତ୍ରିଲୋଚନ ଚୌଧୁରୀ, ବ୍ଲକ ଉପାଧ୍ୟକ୍ଷ ଇର୍ମା କବାସୀ, ଯୁବ ସଭାପତି ନିରୋଦ ମିସ୍ତ୍ରୀ, ପ୍ରଭାକର ହନ୍ତାଳ, ଗଣେଶ ମଣ୍ଡଳ, ବୈପାରିଗୁଡ଼ା ବ୍ଲକ ସମ୍ମୁଖରେ ବ୍ଲକ ସଭାପତି ଜଗଦୀଶ ଜେନାଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ରଘୁରାମ ପାଡାଲ, ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, ମହିଳା ସଭାନେତ୍ରୀ ପଦ୍ମିନୀ ଦିଆନ୍‍, ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟା ହୀରାମଣୀ ପୂଜାରୀ, ପର୍ଯ୍ୟବେକ୍ଷକ ସାଥୀରାମ ନାଏକ, ସାଂଦଙ୍କ ପ୍ରତିନିଧି ମନୋଜ ମହାପାତ୍ର, ବ୍ଲକ ଯୁବ ସଭାପତି ବିଶ୍ୱଜିତ ନାୟକ, ଡୁଙ୍ଗୁରୀପାଲୀ ବ୍ଲକ ସମ୍ମୁଖରେ ହିମାଂଶୁ ଶେଖର ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡି ଜିଲ୍ଲା ସଭାପତି ସରୋଜ କାମ୍ପ, ଉପ-ସଭାପତି ରମେଶ ପୂଜାରୀ, ବ୍ଲକ ଅଧ୍ୟକ୍ଷ ମକରଧ୍ୱଜ ସାହୁ, ଯୁବ ସଭାପତି ବିଭୂଦତ୍ତ ରାଜହଂସ, ବୋଡେନ୍‍ ବ୍ଲକ ସମ୍ମୁଖରେ ଲମ୍ବୋଦର ନିଆଲଙ୍କ ନେତୃତ୍ୱରେ ବ୍ଳକ ସଭାପତି ଗୌତମ ନିଆଲ୍‍, ଯୁବ ସଭାପତି ମହମ୍ମଦ ଇମ୍ରାନ୍‍, ବ୍ଲକ ମହିଳା ସଭାନେତ୍ରୀ ମିନତୀ କାଣ୍ଡ, ଯୁବ ଜିଲ୍ଲା ଉପ-ସଭାପତି ଯୋଗେନ୍ଦ୍ର କୁମାର ମାଝୀ, ସିନାପାଲ୍ଲୀ ବ୍ଳକ ସଭାପତି ପ୍ରିୟରଞ୍ଜନ ମେହେର, ଜିଲ୍ଲା ଉପ-ସଭାପତି ରମେଶ ଚନ୍ଦ୍ର ତିୱାରୀ, ସରପଞ୍ଚ ସଂଘ ସଭାପତି ରୂପରାଜ ତାଣ୍ଡି, ମାନେଶ୍ୱର ବ୍ଲକ ସମ୍ମୁଖରେ ସରକାରୀ ଉପ-ମୁଖ୍ୟ ସଚେତକ ତଥା ବିଧାୟକ ରୋହିତ ପୂଜାରୀ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବ୍ଲକ ସଭାପତି ଗୋପୀରଞ୍ଜନ ବେହେରା, ପୂର୍ବତନ ସଭାପତି ବସନ୍ତ ମିଶ୍ର, ଜମନକିରା ବ୍ଲକ ସମ୍ମୁଖରେ ବିଧାୟକ ପ୍ରାର୍ଥୀ ଭୁବନେଶ୍ୱର କିଶାନ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ବ୍ଲକ ଅଧ୍ୟକ୍ଷ ଅରୁଣ ନାଏକ, ବ୍ଲକ ସଭାପତି ରାଜେଶ ନାଏକ, ଭକ୍ତ ବେହେରା, ଚିତ୍ରସେନ ବେହେରା, ଦୁଃଶମନ୍ତ ନାଏକ, ଚୁଡ଼ା ପଟେଲ, ସଜ୍ଜନ ଅଗ୍ରୱାଲ, ଭଟଲୀ ବ୍ଲକ ସମ୍ମୁଖରେ ମନ୍ତ୍ରୀ ସୁଶାନ୍ତ ସିଂହ, ଭଟଲୀ ବ୍ଲକ ଅଧ୍ୟକ୍ଷା ପ୍ରେମାବତୀ ସାହୁ, ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ, ବିଜେଡି ନେତା ସନ୍ତୋଷ ସେଠ୍‍, ହେମନ୍ତ ପଣ୍ଡା, ଆନନ୍ଦ ସାହୁ, ୧୫ଜଣ ସମିତି ସଭ୍ୟ ଏବଂ ୧୪ ଜଣ ସରପଞ୍ଚଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ, ନିର୍ବାଚିତ ପ୍ରତିନିଧି, ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ସାମିଲ ହୋଇଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook