Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ ଉଦ୍ଘାଟିତ

    Share on :
    Date: Jan 12, 2018    Views: 205

    ପୁରୀ : ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ପାବନ ଶ୍ରୀକ୍ଷେତ୍ରରେ ଶ୍ରୀକ୍ଷେତ୍ର ଯୁବ ମହୋତ୍ସବ ଉଦଘାଟିତ ହୋଇଯାଇଛି  । ଆଜି ପ୍ରତୁ୍ୟଷରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା  । ସିଏନର୍ଜି ଟ୍ରଷ୍ଟର ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ, ସମ୍ପାଦକ ସଚ୍ଚିନନ୍ଦନ ଦାଶ, କାର୍ଯ୍ୟକ୍ରମ ସଂଯୋଜକ ଶୋଭନ ଦାସ ପ୍ରମୁଖ ସ୍ୱାମୀଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଯୁବକମାନଙ୍କୁ  ରାଷ୍ଟ୍ରଗଠନରେ ବ୍ରତୀ ହେବା ପାଇଁ ଆହ୍ୱାନ କରିଥିଲେ  । ଶ୍ରୀକ୍ଷେତ୍ର ଯୁବ ମହୋତ୍ସବର ଉଦଯାପନ କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୦ରେ ମୁକ୍ତାକାଶ ରଙ୍ଗମଂଚ, ଶରଧାବାଲି ଠାରେ ଅନୁଷ୍ଠିତ ହେବ  । ଏହି କାର୍ଯ୍ୟକ୍ରମରେ ଅନୀଲ କୁମାର ସାହୁ, ଶ୍ରଦ୍ଧାସୁମନ ମହାପାତ୍ର, ଅନ୍ନପୂର୍ଣ୍ଣା ପ୍ରତିହାରୀ, ମହାବୀର ଗୁପ୍ତା, ସ୍ୱୟଂମ ମିଶ୍ର, ସନ୍ତୋଷ ସାହୁ, ହିମାଂଶୁ, ଜଗନ୍ନାଥ ପ୍ରମୁଖ ଉପସ୍ଥିତ ଥିଲେ  ।

    Maximum 500 characters

    ଆଂଚଳିକ View all

    Find Us on Facebook