Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ରାଜରାସ୍ତାରେ ବଳ ପ୍ରଦର୍ଶନ କଲେ ଅଙ୍ଗନବାଡି କର୍ମୀ ଓ ସହାୟିକା

    Share on :
    Date: Jan 12, 2018    Views: 149


    ଯାଜପୁରରୁ ଦେବୀ ପ୍ରସାଦ ବିଶ୍ୱାଳ ; ସରକାରୀ ମନ୍ୟତା ଦାବିକରି ଆଜି ୪ ହଜାରରୁ ଅଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କୁ ୧୦ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
    ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନବାଡି କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିସ୍ ଆସୋସିଏସନ୍ର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ବିରଜା ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା । ୧୦ଟତ ବ୍ଲକ୍ର ୪ ହଜାରରୁ ଅଧିକ କର୍ମୀ ଓ ସହାୟିକା ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା,ସରକାରୀ ଘୋଷଣା ନ ହେବା ପଯ୍ୟନ୍ତ ପ୍ରତିମାସରେ କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା,ବୀମା ରାଶି ବ୍ରୁଦ୍ଧି,ବରିଷ୍ଠ ଅଙ୍ଗନବାଡି କର୍ମୀ ପଦବି ସ୍ରୁଷ୍ଟି,କର୍ମଚାରୀଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରିବା,ଦୁର୍ଗମ ଅଂଚଳରେ କାଯ୍ୟରତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭତା,ଶତପ୍ରତିଶତ ପଦୋନ୍ନୋତି ପାଇଁ ଦାବି କରାଯାଇଥିଲା । ଏହି ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
    ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସଭାପତି ସବିତା ପାଢୀ,ସଂପାଦିକା କଲ୍ୟାଣୀ ମହାନ୍ତି,ପ୍ରଭାବତୀ ଲେଙ୍କା,ଦୀପ୍ତିମୟୀ ସାହୁ,ରୀନା ପତି,ପ୍ରଣତୀ ଦାସ,ଶୁଭଶ୍ରୀ ରାଉତରାୟ,ପୁଷ୍ପଲତା ଜେନା,ଭାରତୀ କର,ରଶ୍ମିତା ହେମ୍ରମ୍,ନିରୁଲତା ବିଶ୍ୱାଳ ଜ୍ୟୋସ୍ନôା ରାୟଙ୍କ ସମେତ ସମସ୍ତ ବ୍ଲକ୍ର ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭ ଯୋଗୁ ୨ ଘଂଟା ପଯ୍ୟନ୍ତ ସହରରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଶାନ୍ତିଶ୍ରୁଙ୍ଖଳା ରକ୍ଷା ପାଇଁ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲଙ୍କ ନେତ୍ରୁତ୍ୱରେ ପୁଲିସ ମ୍ରୁତୟନ କରାଯାଇଥିଲା । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ପୁରୁଷୋତମ ମହାପାତ୍ର ବିକ୍ଷୋଭରେ ସହଯୋଗ କରିଥିଲେ ।

    Maximum 500 characters

    ଆଂଚଳିକ View all

    Find Us on Facebook