Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏନଆଇଏନଇଆଇ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

    Date: Jan 12, 2018    Views: 43

    ଭୁବନେଶ୍ୱର : ଭୁବନେଶ୍ୱରରେ ନାସନାଲ ଇନଷ୍ଟିଚୁ୍ୟଟ ଅଫ ନିଉ ଏନର୍ଜୀ ଆଣ୍ଡ ଇନୋଭେସନ (ଏନଆଇଏନଇଆଇ)ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।


    ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ଏହି ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଆଇଆଇଟି ନିକଟରେ ୭୩.୬୮ ଏକର ଜମି ପ୍ରଦାନ କରିଛନ୍ତି  । ସେହିପରି ସିଟି ଅଫିସ ସ୍ଥାପନ ପାଇଁ ମଧ୍ୟ ଭୁବନେଶ୍ୱରରେ ୧ ଏକର ଜମି ଚିହ୍ନଟ କରାଯାଇଛି  । ତେବେ ଆବଶ୍ୟକୀୟ ଜମି ପ୍ରଦାନ କରାଯାଇଥିଲେ ମଧ୍ୟ ଏଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ  । ଅପରପକ୍ଷରେ ଭୁବନେଶ୍ୱରରେ ନୂତନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟର ଥିବା ଆଂଚଳିକ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଯାଇଛି  ।  ଆଂଚଳିକ କାର୍ଯ୍ୟାଳୟ ବନ୍ଦ ହେବା ଦ୍ୱାରା ଭୁବନେଶ୍ୱରରେ ଏନଆଇଏନଇଆଇ ପ୍ରତିଷ୍ଠା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି  ।


    ତେଣୁ ଏନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ  । ଯେତେଶୀଘ୍ର ସମ୍ଭବ ଭୁବନେଶ୍ୱରରେ ଏନଆଇଏନଇଆଇ ନିର୍ମାଣ କାର୍ଯ୍ୟ ଆରମ୍ଭ ସହ ଆଂଚଳିକ କାର୍ଯ୍ୟାଳୟ ପୁନଃ ଖୋଲିବା ପାଇଁ ମନ୍ତ୍ରଣାଳୟକୁ ନିଦେ୍ର୍ଧଶ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି  । 

    Maximum 500 characters

    ତାଜା ଖବର View all

    Find Us on Facebook