Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବୀନଙ୍କୁ ବୈଜୟନ୍ତଙ୍କ ଟାର୍ଗେଟ୍

    Share on :
    Date: Jan 12, 2018    Views: 637

    ଭୁବନେଶ୍ୱର : ଧିରେଧିରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା  । ୨୦୧୪ ସାଧାରଣ ନିର୍ବାଚନ ପରେ ପଦ୍ମପୋଖରୀ ଆଡ଼କୁ ମୁହାଁଇ ମୋଦିଙ୍କ ପ୍ରଶସ୍ତି ଗାନ କରୁଥିବା ବୈଜୟନ୍ତ ଏବେ ନବୀନଙ୍କୁ ନିଶାଣା କରିଛନ୍ତି  ।  ତୃତୀୟ ମହଲା ନେଇ ନବୀନ ମତଦେବା ପରେ ପୁଣି ଟ୍ୱିଟ୍ ବମ ପକାଇଛନ୍ତି ବୈଜୟନ୍ତ  ।

     
    ବୈଜୟନ୍ତ ଟ୍ୱିଟରେ ଉଲ୍ଳେଖ କରିଛନ୍ତିଯେ, ମୁଁ ଅତ୍ୟନ୍ତ ମର୍ମାହତ  । ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେତେବେଳେ ବିଜୁବାବୁ ଦାବି କରିଥିଲେ ସେତେବେଳେ କ’ଣ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିଲା କି ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି  । ଯଦି କିଛି ପ୍ରସଙ୍ଗ ନଥିଲା ତେବେ ମାହାଙ୍ଗାରେ କାହିଁକି ୫ ପ୍ଲାଟୁନ ପୁଲିସ ଫୋର୍ସ ଥିଲେ ? ମୁଁ କ’ଣ ମାହାଙ୍ଗାରେ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି କି ? ମୁଁ କ’ଣ ମୋର କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ କରୁନଥିଲି କି ? ମୋ ନେତା ଏନେଇ ଅନୁଧ୍ୟାନ କରନ୍ତୁ ବୋଲି ବୈଜୟନ୍ତ କହିଛନ୍ତି  ।


    ସୂଚନାଯୋଗ୍ୟଯେ, ପୂର୍ବରୁ ନବୀନ ଏହି ପ୍ରସଙ୍ଗରେ କହିଥିଲେଯେ, ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ସେମାନେ ମୋ ଅଫିସକୁ ଟାର୍ଗେଟ୍ କରିଥା’ନ୍ତି  । ଏଥିରେ କିଛି ନୂତନତ୍ୱ ନାହିଁ  । ଯାହା ଠିକ୍ ହେବ, ସେହି ନିଷ୍ପତି ନିଆଯିବ  ।  ମୁଁ ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ  । ଲୋକେମାନେ ଏହା ଜାଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook