Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସଂକୀର୍ଣ୍ଣତା ମଧ୍ୟରେ ଜୁନାଗଡ ଠାରେ କଳାହାଣ୍ଡି ଉତ୍ସବ, ରାଜନୀତି ଛାଡି ବିକାଶ ପାଇଁ ରାଜନେତା ଏକାଠି ହେବାକୁ ଅତିଥିଙ୍କ ଆହ୍ୱାନ

    Share on :
    Date: Jan 12, 2018    Views: 91

      କଳାହାଣ୍ଡି-(ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଜୁନାଗଡ ଠାରେ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ତିନି ଦିନ ବ୍ୟାପି ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଅତ୍ୟନ୍ତ ସଂକୀର୍ଣ୍ଣତା ମଧ୍ୟରେ ପ୍ରତି ବର୍ଷ ହୋଇଥାଏ ବୋଲି ଏଠାରେ କେବଳ ନାମକୁ ମାତ୍ର ସେହି ଚିରାଚରିତ ଆୟୋଜକ ମାନଙ୍କ ଦ୍ୱାରା ହିଁ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା,ସବୁ ସ୍ତରର ସବୁ ଦଳର ବ୍ୟକ୍ତିତ୍ୱ ସାଙ୍ଗକୁ ସହରାଂଚଳ ଓ ଗ୍ରାମାଂଚଳର ଅନେକ ଗୁଣି ଜ୍ଞାନୀ ତଥା ପ୍ରତିଭା ଧାରୀ ବ୍ୟକ୍ତିତ୍ୱ ମାନଙ୍କୁ ଅଣଦେଖା କରାଯିବା, ସର୍ବୋପରି ଜୁନାଗଡର ଅନେକ ବୁଦ୍ଧୀଜୀବି ମାନଙ୍କୁ ଜାଣିଶୁଣି ବାଦ ଦେବା ଭଲି ଅନେକ କାରଣରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ୨୨ ବର୍ଷ ହେବ କଳାହାଣ୍ଡି ଉତ୍ସବ ପାଳନ କରାଯାଉଥିବା ବେଳେ ସ୍ଥାନୀୟ କଳାକାର ମାନଙ୍କୁ ପ୍ରୋତ୍ସାହାନ ଦିଆଯିବା ତ ଦୂରର କଥା ମଂଚ ପରିଚାଳନା କରିବାକୁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଜୁନାଗଡ ସହର କିମ୍ବା ଗ୍ରାମାଂଚଳରୁ କାହାକୁ ହେଲେ ଜଣକୁ ମଧ୍ୟ ସୁଯୋଗ ଦିଆନଯାଇ ସେହି ଚିରାଚରିତ ଢଙ୍ଗରେ ପୂର୍ବ ବର୍ଷ ଭଲି ବାହାରୁ ଭଡାରେ ଆଙ୍କର ଅଣାଯିବା ଭଲି ଅନେକ ଅନିୟମିତତା ପାଇଁ ସ୍ଥାନୀୟ ବୁଦ୍ଧୀଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । 

               ଏସବୁ ଅନିୟମିତତା ସଂପର୍କରେ ଏବଂ ଜୁନାଗଡ ଅଂଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାଧାରୀ ମାନଙ୍କୁ ଏବଂ ସମାଜସେବା, ଶିକ୍ଷକ, ଚାଷୀ, କ୍ରୀଡାବିତ,ଦେଶସେବା କଳାକାର, ନାଟ୍ୟକାର, ସାମ୍ବାଦିକ, କବି,ଗାଳ୍ପିକ ଆଦି ବିଭିନ୍ନ କ୍ଷେତ୍ରରେ ଉତ୍ସର୍ଗୀକୃତ ବ୍ୟକ୍ତି ବିଶେଷ ମାନଙ୍କୁ କ୍ରମାନ୍ୱୟରେ ଲଙ୍କେଶ୍ୱରୀ ମଂଚରେ କଳାହାଣ୍ଡି ଉତ୍ସବ ସମୟରେ ଅତ୍ୟନ୍ତ ‘ୁଲତୋଡା ଗୋଟେ ଲେଖାଏଁ ଦେଇ ସମ୍ବର୍ଦ୍ଧିତ କରାଯିବାକୁ ବିଗତ ଚାରି ପାଂଚ ବର୍ଷ ହେବ କିଛି ବୁଦ୍ଧୀଜୀବି ଅୟୋଜନ ସଭାରେ ମତ ବ୍ୟକ୍ତ କରିଥିଲେ ହେଁ  ସେହିସବୁ ମତାମତକୁ କୌଣସି ପ୍ରକାରେ ଗ୍ରହଣ କରାଯାଉନଥିବା ହେତୁ ଏବଂ ନିର୍ଦ୍ଧିଷ୍ଟ କିଛି ଆୟୋଜକ ମାନˆ ଦ୍ୱାରା ହିଁ ଦୀର୍ଘ ବର୍ଷ ହେବ ଏହି ଉତ୍ସବ ପରିଚାଳିତ ହେଉଥିବାରୁ ଅନେକ ପ୍ରତିଭା ବାନ ବ୍ୟକ୍ତିତ୍ୱ  ଏହି କଳାହାଣ୍ଡି ଉତ୍ସବ ଆୟୋଜନରେ ସାମିଲ ହେଉନଥିବା ଜଣାପଡିଛି । ଯାହା‘ଳରେ ସେହି ନିର୍ଦ୍ଧିଷ୍ଟ ଆୟୋଜକ ମାନଙ୍କ ଦ୍ୱାରା ଦୀର୍ଘ ବର୍ଷ ହେବ କଳାହାଣ୍ଡି ଉତ୍ସବ ଆୟୋଜନ ହୋଇଆସୁଛି ଉବଂ ସେମାନେ ଆଉ କାହାକୁ ସେହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁନଥିବା ଭଲି ମନେ ହେଉଛି ବୋଲି ବୁଦ୍ଧିଜୀବି ମାନେ ସୁଯୋଗ ପାଉନଥିବା ଅଭିଯୋଗ ହେଉଛି । 


                   ଏହି ତଥାକଥିତ ନିର୍ଦ୍ଧିଷ୍ଟ ଆୟୋଜକ ମାନେ ମଂଚ ପରିଚାଲନା ପାଇଁ ଉଦ୍ଧିଷ୍ଟ ଥିବା ମାଇକ ସ୍ପିକରକୁ ସର୍ବଦା ହାତରେ ଧରି ଉତ୍ସବ ପଡିଆ ସାରା ବୁଲୁଥିବା ଓ କେତେବେଳେ ବି ଉକ୍ତ ସ୍ପିକରକୁ ଛାଡୁନଥିବା କୁହାଯାଉଛି । ମାଇକ ସ୍ପିକର ଛାଡିଦେଲେ ହୁଏତ ମଂଚରେ କେହି ସେମାନଙ୍କ ଏଭଲି ଏକଛତ୍ରବାଦୀ ମନୋପୋଲି ପାରବାର ସଂପର୍କରେ ମାଇକରେ କହିଦେଇପାରେ ବୋଲି ସେମାନଙ୍କ ଭୟ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରିକି ପତିବର୍ଷ କ୍ଷମତା ଅଳିନ୍ଦ ଭିତରେ ରହି ବ୍ଲକ ପ୍ରଶାସନକୁ ଚାପ ପକାଇ କଳାହାଣ୍ଡି ଉତ୍ସବକୁ ପ୍ରତି ବର୍ଷ ଏହି ଗୋଷ୍ଠୀ ହିଁ ପରିଚାଳନା କରୁଥିବା କୁହାଯାଉଛି । ‘ଳତଃ ପ୍ରତି ବର୍ଷ ନୂଆ ନୂଆ ସାଂସ୍କୃତିକ ଭାବ ବିନିମୟ ହୋଇପାରୁନାହିଁ କିମ୍ବା ସେହି ଏକା ଭଡାଟିଆ ଆନାଉନ୍ସରଙ୍କୁ ହିଁ ଡକାଯାଇ କାମ ଚଳାଇ ନିଆଯାଇଛି ।  ଏହି ତଥାକଥିତ ନିର୍ଦ୍ଧିଷ୍ଟ ଆୟୋଜକ ମାନେ ନିଜ ମନମୁତାବକ ଅତିଥି ଚୟନ କରୁଥିବା ହେତୁ ପ୍ରତି ବର୍ଷ ଅନେକ ଅନିୟମିତତା ହେଉଥିବା ଲକ୍ଷ୍ୟ କରାଯାଏ । ବିଗତ ବର୍ଷ ମାନଙ୍କରେ ଏହି ଅଂଚଳର ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅତିଥି କରା ଯାଉଥିବା ବେଳେ ଏହି ଅଂଚଳର ଅନେକ ପୂର୍ବତନ ନିର୍ବାଚିତ ପ୍ରତିନିଧିଙ୍କୁ ବାଦ ଦେଇ ନିଜକୁ ସୁହାଇବା ଭଲି ପୂର୍ବତନ ନିବାଚିତ ପ୍ରତିନିଧିଙ୍କୁ ହିଁ ଅତିଥି କରି ଡାକୁଥିବା ଅଭିଯୋଗ ହେଉଛି । 


               ଚଳିତ ବର୍ଷ ତିନି ଦିନ ବ୍ୟାପୀ ଜୁନାଗଡ ଠାରେ ହୋଇଥିବା କଳାହାଣ୍ଡି ଉତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଜୁନାଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପୀଠରୁ ଜୁନାଗଡ ବିଡିଓ ମଶାଲ ଆଣିବା ପରେ ମାତ୍ର ଆଠ/ଦଶ ଜଣଙ୍କ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଉତ୍ସବ ପଡିଆକୁ ଅଣାଯିବା ପରେ ସେଠାରେ ବିଭିନ୍ନ ପଂଚାୟତରୁ ଆସିଥିବା ମଶାଲ ସହ ସ୍ଥାପନ କରାଯାଇ ଥିଲା । ସଂଧ୍ୟାରେ ଜୁନାଗଡ ବିଡିଓଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜୁନାଗଡ ବିଧାୟକ,ନଗରପାଳ,ସରପଂଚ ସଂଘ ସଭାପତି ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବ ବର୍ଷ ଭଲି ଚିରାଚରିତ ଭାବେ ମଂଚ ପରିଚାଳନା ହୋଇଥିଲା । ଜୁନାଗଡ ବ୍ଲକରେ ଶାସକ ବିଜେଡି ଓ ପଂଚାୟତ ସମିତି ଗଠନ କରିଥିବା ବିଜେପି ମଧ୍ୟରେ ଭଲ ସଂପର୍କ ନଥିବାରୁ ଏବଂ ଏହି ଉତ୍ସବ ଅୟୋଜନରେ ପଂଚାୟତ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷା ତଥା ସମିତି ସଭ୍ୟ ମାନଙ୍କୁ ସାମିଲ କରାଯାଉନଥିବା ହେତୁ ସେମାନେ ଯୋଗ ଦେଇନଥବା ଅଭିଯୋଗ ହୋଇଥିଲା ।  ଦ୍ୱୀତିୟ ଦିନ ସମସ୍ତ ରାଜନୈତିକ ଦଳର ସମସ୍ତ ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଡକାଯାଇଥିବାର ଆୟୋଜକ ମାନେ କହୁଥିବା ବେଳେ ପୂର୍ବ ବର୍ଷ ମାନଙ୍କ ଭଲି ଚଳିତ ବର୍ଷ ମଧ୍ୟ ଜୁନାଗଡ ବ୍ଲକ ଅଂଚଲର ବାସିନ୍ଦା ପୂର୍ବତନ କଳାହାଣ୍ଡି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଙ୍କୁ ଡକାଯାଇନଥିଲା । ଏନଏସି ନିବ୍ରାହୀ ଅଧିକାରୀ ଈଶ୍ୱର ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ କଳାହାଣ୍ଡି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ କଳାହାଣ୍ଡିର ବିକାଶ ପାଇଁ ଠୁଟି ରାଜନୀତି ଛାଡି ରାଜନେତା ମାନେ ଏକଯୁଟ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କଳାହାଣ୍ଡିର ଅତୀତର ସମସ୍ତ ସମସ୍ୟାକୁ ହୃଦୟଙ୍ଗମ କରି ଏକ ବିକଶିତ କଳାହାଣ୍ଡି ଗଠନ ପାଇଁ ଉଦ୍ୟମ ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସେହିପରି ତୃତୀୟ ଦିନ ଜୁନାଗଡ ବିଧାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡିର ଲୋକ କଳା ଓ ସଂସ୍କୃତି ଆଜି ବିଶ୍ୱ ଦରବାରରେ ପରିଚିତ ହୋଇଥିବା ଏବଂ ସେଥିପାଇଁ ସମସ୍ତେ ଏକଯୁଟ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । 


      ଏହି ଉତ୍ସବରେ ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ଏବଂ ସେହି ଚିରାଚରିତ ଭାବେ ବାହାରୁ ଆସିଥିବା ଆଙ୍କରଙ୍କ ଦ୍ୱାରା ମଂଚ ପରିଚାଲନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦକୁ ନଡାକିବା, ପଂଚାୟତ ସମିତି ଅଧ୍ୟକ୍ଷା ଉପାଧ୍ୟକ୍ଷ ଙ୍କୁ ଅଣଦେଖା କରିବା ତଥା ଅନେକ ବୁଦ୍ଧୀଜୀବି,ସାମ୍ବଦିକ ମାନଙ୍କୁ ସାମିଲ କରାନଯିବା ଆଦି ଘଟଣାରେ ଜନସାଧାରଣରେ ବହୁ ଅସନ୍ତୋଷ ପ୍ରକାଶ ପାଇଥିଲା । ବହୁ ପ୍ରତିନିଧି ଓ ଅତିଥି ମାନଙ୍କୁ ଗେଟ ପାଶ ଓ ବାଇକ ପାଶ ଦିଆଯାନଥିବାରୁ ସେମାନେ ପୋଲିସ ପାଖରେ ଅପଦସ୍ତ ହୋଇଥିବା ଦେଖାଯାଇଥିଲା । ଏଭଲି ଭାବେ ଅନେକ ଅନିୟମିତତା ମଧ୍ୟରେ ଉତ୍ସବ ପଡିଆରେ ଯାତ୍ରା ଓ ମୋତ କା କୁଅାଁ ଦେଖିବାକୁ ଲୋକଙ୍କ ଭିଡ ଜମି ରହୁଥିଲା । ଯୋଉଁ ମୂଳ ଉଦେ୍ଧଶ୍ୟ ନେଇ କଳାହାଣ୍ଡି ଉତ୍ସବ ର ପରିକଳ୍ପନା କରାଯାଇ ଆରମ୍ଭ ହୋଇଥିଲା ସେହି ଲକ୍ଷ୍ୟର ବିପରୀତ ଦିବରେ ବହୁଦୂର ଆଗେଇ ଯାଇଥିବା ଭଲି ମନେ ହେଉଛି  ବୋଲି ବୁଦ୍ଧୀଜୀବି ମାନେ ମତ ବ୍ୟକ୍ତ କରିଛନ୍ତି । 

     

    Maximum 500 characters

    ଆଂଚଳିକ View all

    Find Us on Facebook