Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିପଦରେ ଗଣତନ୍ତ୍ର, ଠିକରେ ଚାଲୁନି ସୁପ୍ରିମକୋର୍ଟ

    Share on :
    Date: Jan 12, 2018    Views: 297

    ନୂଆଦିଲ୍ଲୀ : ଭାରତର ଗଣତନ୍ତ୍ର ଉପରେ ବିଶ୍ୱାସ ରଖୁଥିବା, ଆମ ସମ୍ବିଧାନକୁ ବେଦ, ବାଇବେଲ, ଗୀତା, କୋରାନ ମଣୁଥିବା ୧୨୦ କୋଟି ଭାରତୀୟଙ୍କ ମୁଣ୍ଡରେ ଆକାଶ ଖସିଯାଇଛି  । ଦେଶର ନ୍ୟାୟପାଳିକା ଇତିହାସରେ ପ୍ରଥମ ଥର ପାଇଁ ପ୍ରଧାନ ବିଚାରପତିଙ୍କ ବିରୋଧରେ ସ୍ୱର ଉତୋଳନ କରିଛନ୍ତି ସୁପ୍ରିମକୋର୍ଟର ୪ ବିଚାରପତି  । ବିଚାର ବ୍ୟବସ୍ଥାକୁ ଠିକ କରାନଗଲେ ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖାଯାଇପାରିବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି  ।


    ସୁପ୍ରିମକୋର୍ଟ ବିଚାରପତି ଜେ ଚେଲାମେଶ୍ୱର, ଜଷ୍ଟିସ ରଂଜନ ଗାଗୋଇ, ମଦନ ଲୋକୁର ଓ କୁରିଏନ୍ ଯୋଶେଫ ଜଷ୍ଟିସ ଚେଲାମେଶ୍ୱରଙ୍କ ବାସଭବନରେ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ  । କୌଣସି ଦେଶ ପାଇଁ ଏଭଳି ସାମ୍ବାଦିକ ସମ୍ମିଳନୀ ଅସାଧାରଣ ବୋଲି କହିଛନ୍ତି ଜଷ୍ଟିସ ଚେଲାମେଶ୍ୱର  । ସେ କହିଲେଯେ, ସୁପ୍ରିମକୋର୍ଟର ପ୍ରଶାସନିକ ବ୍ୟବସ୍ଥା ଠିକରେ କାର୍ଯ୍ୟକାରୀ ହେଉନାହିଁ  । ଗତ କିଛି ମାସ ଧରି ଏଭଳି ପରିଲକ୍ଷିତ ହେଉଛି  । ଏନେଇ ସେମାନେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ମଧ୍ୟ ଅବଗତ କରାଇଛନ୍ତି  । ତେବେ ତାହାର କୌଣସି ସୁଫଳ ମିଳିନାହିଁ ବୋଲି ଜଷ୍ଟିସ ଚେଲାମେଶ୍ୱର କହିଛନ୍ତି  । 
    ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବା ଦରକାର ବୋଲି କି ପ୍ରଶ୍ନର ଉତରରେ ସେ କହିଛନ୍ତିଯେ, ଦେଶ ଏହାର ବିଚାର କରିବ  । ଆଜି ସେମାନେ ମୁଖ୍ୟ ବିଚାରପତିଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ  । ତେଣୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସାରା ଦେଶକୁ ଜଣାଇବା ବ୍ୟତୀତ ଅନ୍ୟ କୌଣସି ଚାରା ନଥିଲା ବୋଲି ସେମାନେ କହିଛନ୍ତି  ।

     

    Maximum 500 characters

    ତାଜା ଖବର View all

    Find Us on Facebook