Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରସଙ୍ଗ ନଥିଲେ ମୋ ଅଫିସକୁ ଟାର୍ଗେଟ କରନ୍ତି : ନବୀନ

    Share on :
    Date: Jan 12, 2018    Views: 433

    ଭୁବନେଶ୍ୱର : ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ ସେତେବେଳେ ସେମାନେ ମୋ ଅଫିସକୁ ଟାର୍ଗେଟ୍ କରିଥା’ନ୍ତି  । ଏଥିରେ କିଛି ନୂତନତ୍ୱ ନାହିଁ  । ଯାହା ଠିକ୍ ହେବ, ସେହି ନିଷ୍ପତି ନିଆଯିବ  ।  ମୁଁ ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟସ୍ତ  । ଲୋକେମାନେ ଏହା ଜାଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।


    ସୂଚନାଯୋଗ୍ୟଯେ, ଗତକାଲି ବୁହାଳୋ ପାଣି ଟାଙ୍କି ଉଦଘାଟନ ଅବସରରେ ସାଂସଦ ବୈଜୟନ୍ତ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ୍ କରିଥିଲେ  । ପରେପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେଇ କଥା ଦୋହରାଇଥିଲେ  । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିବାବେଳେ ନବୀନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook