Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଥମ ମହିଳା ଭାବେ ବାରରୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ହେବେ ଇନ୍ଦୁ ମାଲହୋତ୍ରା

    Share on :
    Date: Jan 12, 2018    Views: 115

    ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରା ଦେଶର ପ୍ରଥମ ମହିଳା ଭାବେ ବାରରୁ ସିଧାସଳଖ ଭାବେ ସୁପ୍ରିମକୋର୍ଟ ବିଚାରପତି ହେବେ  । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କଲେଜିୟମ ଇନ୍ଦୁଙ୍କ ନାମ ଉପରେ ମୋହର ମାରିଛନ୍ତି  । ଏହି କଲେଜିୟମରେ ବିଚାରପତି ଜେ ଚେଲାମେଶ୍ୱର, ରଂଜନ ଗୋଗୋଇ, ମଦନ ବି ଲୋକୁର ଓ କୁରିଆନ ଜୋସେଫ ମଧ୍ୟ ସଭ୍ୟ ରହିଛନ୍ତି  । ସେହିପରି ଉତରାଖଣ୍ଡ ମୁଖ୍ୟ ବିଚାରପତି କେଏମ ଜୋସେଫ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ହେବା ପାଇଁ ମନୋନୀତ ହୋଇଛନ୍ତି  । ଏହି ଦୁଇ ଜଣଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯିବା ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇବ  । 


    ସ୍ୱାଧୀନତା ପରେ ଦେଶର ୭ମ ମହିଳା ଭାବେ ଇନ୍ଦୁ ମାଲହୋତ୍ରା ସୁପ୍ରିମକୋର୍ଟର ବିଚାରପତି ହେବାକୁ ଯାଉଛନ୍ତି  । ଏବେ ସୁପ୍ରିମକୋର୍ଟରେ ଏକମାତ୍ର ମହିଳା ବିଚାରପତି ଭାବେ ଆର ବାନୁମାଥି କାର୍ଯ୍ୟ କରୁଛନ୍ତି  । ଗତ ଅଗଷ୍ଟ ୨୦୧୪ରେ ବିଚାରପତି ଭାବେ ନିଯୁକ୍ତି ପାଇଥିବା ବାନୁମତିଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୦ ରେ ସରିବ  । ସୂଚନାଯୋଗ୍ୟଯେ ଇନ୍ଦୁଙ୍କ ବାପା ଓପି ମାଲହୋତ୍ରା ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରୁଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook