Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଓଡ଼ିଶାରେ ହେଉ ନେପଥା କ୍ରାକର ୟୁନିଟ୍

    Share on :
    Date: Jan 11, 2018    Views: 161

    ଭୁବନେଶ୍ୱର : ଓଡ଼ିଶାରେ ନେପଥା କ୍ରାକର ୟୁନିଟ୍ ସ୍ଥାପନ କରାଯିବା ଦରକାର  । ଯାହାଦ୍ୱାରା ବିଭିନ୍ନ ଶିଳ୍ପ ସଂସ୍ଥାକୁ କଂଚାମାଲ ମିଳିବା ସହ ରାଜ୍ୟରେ ଶିଳ୍ପ ବିକାଶ ତ୍ୱରାନ୍ୱିତ ହୋଇପାରିବ  । ସ୍ଥାନୀୟ ଅଂଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏହା ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।


    ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଏବଂ ପେଟ୍ରୋ କେମିକାଲ ନିବେଶ ଜୋନ୍ (ପିସିପିଆଇଆର) ପ୍ରତିଷ୍ଠା କରାଯାଉଛି  । ଏହି ପିସିପିଆଇଆରର ଲକ୍ଷ୍ୟ ପୂରଣ ପାଇଁ ତୁରନ୍ତ ଏକ ନେପଥା କ୍ରାକର ୟୁନିଟ୍ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି  । ଏହି ନେପଥା କ୍ରାକର ୟୁନିଟ୍ ସ୍ଥାପନ ହେଲେ ଇଥାଲିନ, ପ୍ରପିଲିନ, ବୁଟାଡ଼ିନ ଓ ଆରୋମେଟିକ ଉପôାଦନ ବୃଦ୍ଧି ପାଇବ  ।  ଯାହାକି ଦେଶର ଟେକ୍ସଟାଇଲ, ପଲିମର, ଫାର୍ମାସିଉଟିକାଲସ, କେମିକାଲ ଭଳି କ୍ଷେତ୍ରରେ ଆବଶ୍ୟକୀୟ ପେଟ୍ରୋକେମିକାଲସର ବର୍ଦ୍ଧିତ ଚାହିଦା ମେଂଟାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି  ।


    ୨୦୧୪ ଜାନୁଆରୀ ୩୦ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାପଥା କ୍ରାକର ୟୁନିଟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିଲା  । ସେହିପରି ନାପଥା ବଦଳରେ ଗ୍ୟାସରୁ ଶକ୍ତି ଉପôାଦନ ପାଇଁ ସମୟ ନିର୍ଦ୍ଧାରିତ ଯୋଜନା ପ୍ରସ୍ତୁତ କରିବାକୁ ଆଇଓସିଏଲକୁ ମଧ୍ୟ ସେହି ବୈଠକରେ ନିଦେ୍ର୍ଧଶ ଦିଆଯାଇଥିଲା  । ଗତ ୨୦୧୫ ମେ’ ୨ରେ ମୁଖ୍ୟ ଶାସନ ସଚିବ ଆଇଓସିଏଲ ଦ୍ୱାରା ନାପଥା କ୍ରାକର ୟୁନିଟ ସ୍ଥାପନ ପାଇଁ କ୍ୟାବିନେଟ ସଚିବଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି  ।


    ସେ ଉଲ୍ଲେଖ କରିଛନ୍ତିଯେ, ଅଗ୍ରାଧିକାର ଭିତିରେ ନାପଥା କ୍ରାକର ୟୁନିଟ ସ୍ଥାପନ ପାଇଁ ଆଇଓସିଏଲକୁ ପ୍ରଧାନମନ୍ତ୍ରୀ ନିଦେ୍ର୍ଧଶ ଦିଅନ୍ତୁ  । ସେହିପରି ପିସିପିଆଇଆର ପ୍ରକଳ୍ପ ଅଂଚଳରେ ସାଧାରଣ ଭିତିଭୂମି ଓ ସୁବିଧାସୁଯୋଗର ବିକାଶ ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥ ପ୍ରଦାନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି  । 

    Maximum 500 characters

    ତାଜା ଖବର View all

    Find Us on Facebook