Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୦୧୯ ଅପ୍ରେଲ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ

    Date: Jan 11, 2018    Views: 189

    ଭୁବନେଶ୍ୱର : ୨୦୧୯ ଅପ୍ରେଲ ସୁଦ୍ଧା ଭୁବନେଶ୍ୱର ବରମୁଣ୍ଡା ବସମୁଣ୍ଡାର ନବୀକରଣ କାର୍ଯ୍ୟ ସମାପ୍ତ ହେବ  । ଏହାକୁ ଏକ ଆନ୍ତଃରାଜ୍ୟ ବସ ଟର୍ମିନାଲ ଭାବରେ ବିକଶିତ କରାଯିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଛି  ।


    ଏହି ବସ ଟର୍ମିନାଲକୁ ଯାତ୍ରୀମାନେ ଯେପରି ସୁବିଧାରେ ଯାତାୟତ କରିପାରିବେ, ସେଥିପାଇଁ ଅଧିକ ସଂଖ୍ୟକ ସିଟି ବସ ଚଳାଚଳ କରିବା ସହିତ ସେଠାରେ ସିଟି ବସଷ୍ଟାଣ୍ଡ ମଧ୍ୟ କରାଯିବ  । ଏହି ନୂତନ ବସ ଟର୍ମିନାଲରେ ଫୁଡ଼କୋର୍ଟ ଠାରୁ ଆରମ୍ଭ କରି ୱାଇଫାଇ, ପାର୍କିଂ, ସୌରଶକ୍ତି, ଏଲିଭେଟର ଓ ଏସକାଲେଟର ଆଦି ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧାସୁଯୋଗ ଯାତ୍ରୀମାନେ ପାଇପାରିବେ  । ବସଗୁଡ଼ିକର ଆଗମନ ଓ ପ୍ରସ୍ଥାନ ସମ୍ପର୍କୀୟ ସୂଚନା ସମେତ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସୂଚନା ଇଲେକ୍ଟ୍ରୋନିକ ଫଳକ ମାଧ୍ୟମରେ ଉପଲବ୍ଧ ହେବ  । ଦୂରସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ରହଣୀ ସୁବିଧା ମଧ୍ୟ ମିଳିପାରିବ  । ଏହି ନୂତନ ପ୍ରକଳ୍ପରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ବସ ଟର୍ମିନାଲରେ ଟ୍ରାଫିକ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯିବ  ।


    ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ, ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପରିବହନ ବିଭାଗର ପ୍ରମୁଖ ସଚିବ, ବିଡ଼ିଏ ଉପାଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook