Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦିଙ୍କ ଟଙ୍କାରେ ବୈଜୟନ୍ତଙ୍କ ପାଣି ଟାଙ୍କି

    Share on :
    Date: Jan 11, 2018    Views: 705

    ଭୁବନେଶ୍ୱର : ଓଃ  । ଏତେ ଅଥୟ ହେଲେ ଚଳିବ  ଆଜ୍ଞା  । ଆମେ ଜାଣିଛୁ ପରା ଶୀର୍ଷକ ପଢ଼ୁପଢ଼ୁ କିଛି ପାଠକ ବନ୍ଧୁ ଚମକି ଥିବେ  । ଆଉ କିଛି ବନ୍ଧୁ ଆମେ ଭୁଲ ଲେଖିଛୁ ବୋଲି କମେଂଟ ବକ୍ସ ଖୋଲି ବଟମ ଚିପିବାକୁ ବାହାରିଥିବେ  । କହିବେ ଆମେ ଅଯଥାରେ ହେଲିକପ୍ଟର ବାବୁଙ୍କୁ ବିରୋଧ କରୁଛୁ, ଦିନସାରା ତାଙ୍କ ପଛରେ ପଡ଼ିଯାଇଛୁ  । କଥାଟି ସେମିତି ନୁହେଁ ଆଜ୍ଞା  । ଆମ କହିବା କଥା ହେଉଛି, ବୈଜୟନ୍ତ ବାବୁ ଯେଉଁ ସାଂସଦ ପାଣ୍ଠି ପାଉଛନ୍ତି ତାକୁ ଦେଉଛି କିଏ ? ଭାରତ ସରକାର  । ଏବେ ଭାରତର ପ୍ରଧାନ ସେବକ କିଏ ? ନରେନ୍ଦ୍ର ମୋଦି  । ତାହେଲେ ସେଇ ପାଣି ଟାଙ୍କିଟା ମୋଦି ସରକାରଙ୍କ ଟଙ୍କାରେ ହେଇଛି କି ନାଇଁ ? ଯଦି ପାଣି ଟାଙ୍କିଟା ମୋଦିଙ୍କ ଟଙ୍କାରେ ହୋଇଛି ବୈଜୟନ୍ତ ବାବୁ ଗେରୁଆ ପଂଜାବୀ ପିନ୍ଧି ଯିବେ କି ନାଇଁ ? ଯଦି ବୈଜୟନ୍ତ ମୋଦିଙ୍କ ଟଙ୍କାରେ ତିଆରି ପାଣିଟାଙ୍କି ପାଇଁ ଏତେ ପ୍ରଚାର କରିବେ ତେବେ ବିଜେଡ଼ି ବାଲାଙ୍କ ଦେହରେ ନିଅାଁ ଲାଗିବ କି ନାଇଁ ? 


    ଆଜ୍ଞା ଟିକେ ରୁହନ୍ତୁ  । ପ୍ଲିଜ୍  । ଆଉ ଗୋଟା କଥା ମନେପଡ଼ିଲା ଗଲା ତ  । ନବୀନ ବାବୁ ଥରେ ସମୀକ୍ଷା କାଳରେ କହିଥିଲେ ସାଂସଦମାନେ ତାଙ୍କ ହାତ ପାଣ୍ଠି ବାବଦକୁ ପାଉଥିବା ଟଙ୍କାରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ତାଙ୍କ ବିଧାୟକମାନଙ୍କୁ ପ୍ରଦାନ କରିବେ  । ଅବଶ୍ୟ ଡାଇରେକ୍ଟ ନୁହେଁ ଇଣ୍ଡଡାଇରେକ୍ଟ  । କାଇଁକିନା ବିଧାୟକମାନେ ସବୁ ପଂଚାୟତରେ ପଦଯାତ୍ରା କରୁଛନ୍ତି  । ସବୁ ରାଲି କି ଧାରଣାରେ ବିଧାୟକମାନଙ୍କୁ ଲୋକ ଗଦେଇବାକୁ ଟାର୍ଗେଟ ଦିଆଯାଉଛି  । କର୍ମୀଙ୍କୁ କେମିିତ ଚାଉଳ, ମାସିକିଆ ଭତା, ଇନ୍ଦିରା ଆବାସ, ସିସି ରୋଡ଼ ଆଉ ଡିପାର୍ଟମେଂଟାଲି କାମ ଠିକା ଦେଇ ସନ୍ତୁଷ୍ଟ କରିବେ ସେ ଦାୟିତ୍ୱ ବି ବିଧାୟକମାନଙ୍କର  । ଗାଏମୋଟ କହିଲେ ଆମ ବିଜେଡ଼ି ଏମପିମାନେ ମୁତଫରକା ଭାବେ ବିଧାୟକଙ୍କ ସଂଗଠନ ଉପରେ ଠିଆହୋଇ ଭୋଟ ଗୋଟାଉଛନ୍ତି  । ହେଲେ ଆମ ପାଖରେ ଯାହା ଖବର ଉଣେଇଶ ଏମପି ବିଧାୟକଙ୍କ ମନମୁତାବକ ଲୋକଙ୍କୁ ୫୦ ଲକ୍ଷ ଟଙ୍କାର କାମ ଦେଉଥିବାବେଳେ ପଣ୍ଡା ବାବୁ ଅବଲୋକରା ସାଜିଛନ୍ତି  । ତା ନହେଇଥିଲେ ସାରଙ୍କ ଉପରେ ଅତନୁ ବାବୁ, ପ୍ରତାପ ବାବୁ, କିଶୋର ବାବୁ, ବେଦୁ ବାବୁ ଗରଗର କାଇଁକି ହେଉଥା’ନ୍ତେ ? ତେବେ କେନ୍ଦ୍ରାପଡ଼ାର ସ୍ୱାସ୍ଥ୍ୟମନ୍ତ୍ରୀମାନେ ପଣ୍ଡାବାବୁଙ୍କ ବିପି ବଢ଼ାଇ ଦେଉଛନ୍ତି  । ଯେଉଁଥିପାଇଁ ତ ସମ ନିଅାଁରେ ଅତନୁ ବାବୁ ସିଝି ଯାଇଛନ୍ତିଯେ, ଏଯାଏଁ ଘା’ ଶୁଖୁନି  । ସେପଟେ ଅଣ୍ଡା ମାରି ଗଲାଥର ବୈଜୟନ୍ତଙ୍କୁ ଭାରି ହଲାପଟା କରିଥିବା ପ୍ରତାପ ଜେନା ଏବେ ଟାର୍ଗେଟରେ  । ଯୋଗୁକୁ ସେ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ  । ସାଧାରଣ ଆଖିରେ ଦେଖିଲେ ବୈଜୟନ୍ତ ବାବୁ ଲୋକଙ୍କ ପାଇଁ ବଢ଼ିଆ କାମ କରୁଛନ୍ତି  । ହେଲେ ପଲଟିକାଲ ଚଷମା ପିନ୍ଧିଲେ ତାଙ୍କ କାମଟା ପୂରା ଭୁଲ୍ ନା  । କାଇଁ ଆଉ କଉ ନିର୍ବାଚନମଣ୍ଡଳୀରେ ସାଂସଦ-ବିଧାୟକ ତ ଏମିତି ମୁହାଁମୁହିଁ ହେଉନାହାନ୍ତି  । ଆଜ୍ଞାମାନେ କେହି ଦିହକୁ ନେବେନି  ।   

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook