Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଧର୍ମେନ୍ଦ୍ରଙ୍କ ଉକ୍ତି ଦୋହରାଉଛନ୍ତି ବୈଜୟନ୍ତ : ପ୍ରତାପ ଦେବ

    Share on :
    Date: Jan 11, 2018    Views: 785


    ଭୁବନେଶ୍ୱର: ବୁହାଳୋରୋ ପାଣିଟାଙ୍କି ଉଦ୍ଘାଟନ ଅବସରରେ ସାଂସଦ ବୈଜୟନ୍ତ ପଣ୍ଡା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି ଯେ ସାଂସଦ ବୈଜୟନ୍ତ ଦେଇଥିବା ମନ୍ତବ୍ୟକୁ ସମାନ ଢ଼ଙ୍ଗରେ ଦୀର୍ଘ ଦିନ ଧରି ପ୍ରକାଶ କରିଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତି ସହିତ ତାଳମେଳ ଖାଉଛି ସାଂସଦଙ୍କ ଉକ୍ତି । ଦୀର୍ଘ ଦିନ ଧରି ତୃତୀୟ ମହଲାକୁ ଇଙ୍ଗିତ କରିଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ବୈଜୟନ୍ତ ଦେଇଥିବା ଉକ୍ତି କାହାର ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ । ତେବେ ଉକ୍ତି କାହିଁକି ସମାନ? ଆଗକୁ ନିର୍ବାଚନ ଥିବାରୁ ବହୁ ନେତା ଏପଟସେପଟ ହେବେ । ବହୁ ବିଜେଡି ନେତା ଦଳ ଛାଡ଼ିବେ ଓ ବହୁ ନେତା ମଧ୍ୟ ବିଜେଡିରେ ମିଶିବେ । ସେହିଭଳି ବହୁ ବିଜେପି ନେତା ଦଳ ଛାଡ଼ିବେ ଓ ଆହୁରି କେତେକ ବିଜେପିରେ ମିଶିବେ । ତେଣୁ କିଏ କେଉଁ ଦଳକୁ ଯିବ ତାହା ସେମାନଙ୍କ ନିଜ ଇଚ୍ଛା ଉପରେ ନିର୍ଭର କରେ । ୨୦୧୯ ପୂର୍ବରୁ ଏଭଳି ଉକ୍ତି ବହୁତ ଶୁଣିବାକୁ ମିଳିବ । 

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook