Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଷ୍ୟାଭିଷେକକୁ ନେଇ ଅଚୁ୍ୟତଙ୍କ ନାମରେ ମାମଲା

    Date: Jan 11, 2018    Views: 253

    ଭୁବନେଶ୍ୱର : ପୁଷ୍ୟାଭିଷେକକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ଏବେ ଅଚୁ୍ୟତ ସାମନ୍ତଙ୍କ ନାମରେ ମାମଲା ହୋଇଛି  । ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟରେ ଅଚୁ୍ୟତ ସାମନ୍ତଙ୍କ ସମେତ କିଟ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ୧୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି  । ଜଣେ ଓକିଲ କୋର୍ଟରେ ମାମଲା ରୁଜୁ କରିଛନ୍ତି  ।


    ସୂଚନାଯୋଗ୍ୟଯେ, ପୁରୀ ଗଜପତି ମହାରାଜାଙ୍କର ପୁଷ୍ୟାଭିଷେକ ବିଧି ବହୁ କାଳରୁ ପ୍ରଚଳିତ ହୋଇ ଆସୁଛି  । ତେବେ କିଟ ଜଗନ୍ନାଥ ମନ୍ଦିରରେ ଏଭଳି ପରମ୍ପରାକୁ ଅନୁସରଣ କରାଯାଇ କାର୍ଯ୍ୟକ୍ରମ କରାଯାଇଥିଲା  । ରାଜା ବେଶଭୂଷା, ଖଣ୍ଡା ଧରି ଅଚୁ୍ୟତଙ୍କୁ ରାଜକୀୟ ଢଙ୍ଗରେ ପୁଷ୍ୟାଭିଷେକ କରାଯାଇଥିଲା । ଏନେଇ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମଗୁଡ଼ିକରେ ଜୋରଦାର ଚର୍ଚ୍ଚା ହୋଇଥିଲା  । ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ମଧ୍ୟ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook