Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଜେଡ଼ି ଛାଡ଼ିଲେ ରମାରଂଜନ

    Share on :
    Date: Jan 11, 2018    Views: 103

    ଭୁବନେଶ୍ୱର : ଯାହା ଆଶା କରାଯାଉଥିଲା ସେଇଆ ହେଲା  । ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ ଆଜି ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି  । ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନଥିବା ବେଳେ କର୍ମୀମାନେ ସୁରକ୍ଷିତ ନୁହଁନ୍ତି  । କର୍ମୀଙ୍କ ସହ ଆଲୋଚନା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି  ।

    ସୂଚନାଯୋଗ୍ୟଯେ, ସତ୍ୟବାଦୀରେ ରମା-ଉମା ଲଢେ଼ଇ ଦେଖିବାକୁ ମିଳିଥାଏ । ଅନେକ ଥର ଉଭୟଙ୍କ ଲଢେ଼ଇରେ ପ୍ରସାଦ ହରିଚନ୍ଦନ ବି ଫାଇଦା ନେଇଥିବାର ନଜିର ରହିଛି  । ଗତ ୨୦୧୪ରେ ରମା ବିଜେଡ଼ି ଟିକେଟରୁ ଲଢ଼ିଥିଲେ ବି ସ୍ୱାଧୀନ ପ୍ରାର୍ଥୀଭାବେ ଉମାକାନ୍ତ ସାମନ୍ତରାୟ ତାଙ୍କୁ ପରାସ୍ତ କରିଥିଲେ  । ଉମା ପରବର୍ତୀ ସମୟରେ ନବୀନ ସରକାରଙ୍କୁ ସମର୍ଥନ କରିବା ସହ ବିଜେଡ଼ିରେ ମଧ୍ୟ ସାମିଲ ହୋଇଥିଲେ  । ଧିରେଧିରେ ଦଳରେ ଉମାଙ୍କ ପତିଆରା ବଢ଼ୁଥିବାବେଳେ ୨୦୧୯ରେ ଉମା ସତ୍ୟବାଦୀରୁ ବିଜେଡ଼ି ଟିକେଟ ପାଇବେ ବୋଲି ସ୍ପଷ୍ଟ ହେବାରେ ଲାଗିଛି । ତେଣୁ ରାଜନୈତିକ ଭବିଷ୍ୟତ ପାଇଁ ରମାରଂଜନ ବିଜେଡ଼ି ଛାଡ଼ିଛନ୍ତି  । ତେବେ ସେ କେଉଁ ଦଳକୁ ଯିବେ ତାହାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି  । ପୂର୍ବରୁ ସତ୍ୟବାଦୀର ଟାଣୁଆ ଯୁବ ନେତା ଓମପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇ ଟିକେଟ ଆଶା ରଖିଛନ୍ତି  । ସେହିପରି ସତ୍ୟବାଦୀର କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏବେ ପିସିସି ସଭାପତି ରହିଛନ୍ତି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook