Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କାହାର କେତେ ସମର୍ଥନ ମାହାଙ୍ଗାବାସୀ ଜବାବ ଦେବେ : ବୈଜୟନ୍ତ

    Share on :
    Date: Jan 11, 2018    Views: 299


    ଭୁବନେଶ୍ୱର : ‘କାହାର କେତେ ସମର୍ଥନ ମାହାଙ୍ଗାବାସୀ ତାହାର ଜବାବ ଦେବେ  । ଅଫିସର ଲକ୍ଷ୍ମଣରେଖା ଡେଇଁଲେ ତାଙ୍କୁ କିଭଳି ବ୍ୟବହାର କରାଯିବ ତାହା ବିଜୁବାବୁ କହିଛନ୍ତି  ।’ ବୁହାଳୋରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ବୈଜୟନ୍ତ ପଣ୍ଡା  ।


    ବୁହାଳୋରେ ଆଜି ବୈଜୟନ୍ତ ସାଂସଦ ପାଣ୍ଠିରେ ନିର୍ମିତ ପାଣି ଟାଙ୍କି ଉଦଘାଟନ କରିଥିଲେ  । ହେଲିକପ୍ଟରରୁ ଓହ୍ଲାଇ ଶୋଭାଯାତ୍ରାରେ ଆସିଥିଲେ  । ତେବେ ପୂର୍ବରୁ ନୀଳ ପଂଜାବୀ ପିନ୍ଧୁଥିବା ବୈଜୟନ୍ତ ଆଜି ଗେରୁଆ ପଂଜାବୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା  । ନିଜ ପ୍ରତିକ୍ରିୟାରେ ସେ କହିଲେଯେ, ଅତୀତରେ ମାହାଙ୍ଗାରେ ତାଙ୍କ ଉପରେ ଟେକା, ପଥର, ଅଣ୍ଡା ମାଡ଼ କରାଯାଇଥିଲା  । ସେ କହିଥିଲେଯେ, ଗୁଳି ମାରିଲେ ବି ସେ ଆସିବେ  । ଆଜି ସେ ଆସିଛନ୍ତି  । ଯେଉଁମାନେ ତାଙ୍କ ଠାରୁ ୫୦ ହଜାର ଭୋଟ କମ ପାଇଥିବାବେଳେ ସେମାନେ ମୋର ଲୋକପ୍ରିୟତା କମୁଛି ବୋଲି କହୁଛନ୍ତି  । ଏହାର ଜବାବ ଆଗାମୀ ଦିନରେ ମାହାଙ୍ଗାବାସୀ ଦେବେବୋଲି ସେ କହିଛନ୍ତି  ।


    ସେହିପରି ସଚିବାଳୟର ତୃତୀୟ ମହଲା ସମ୍ପର୍କରେ ମତ ଦେଇ କହିଛନ୍ତିଯେ,  ଅଫିସର ଅଫିସର ଭଳି ରହିଲେ ତାଙ୍କୁ ସମ୍ମାନ ଦେବା ଉଚିତ୍  । ମୁଁ ଶହ ଶହ ଅଫିସରଙ୍କ ସହ ମିଶିଛି  । ତାଙ୍କୁ ସମ୍ମାନ ଦେଉଛି  । ହେଲେ ଯେଉଁ ଅଫିସର ଲକ୍ଷ୍ମଣରେଖା ଟପି ରାଜନୀତି କ୍ଷେତ୍ରରେ ମୁଣ୍ଡ ଖେଳାଉଛନ୍ତି ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ନାହିଁ  । ଏଭଳି ନେତାଙ୍କୁ କିଭଳି ସମ୍ମାନ ଦିଆଯାଏ ତାହା ବିଜୁବାବୁ କହିଛନ୍ତି ବୋଲି ବୈଜୟନ୍ତ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook