Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବୈଜୟନ୍ତଙ୍କ ନିଶ୍ଚିନ୍ତକୋଇଲି ଗସ୍ତ, କଡ଼ା ପୁଲିସ ସୁରକ୍ଷା

    Share on :
    Date: Jan 11, 2018    Views: 243

    ଭୁବନେଶ୍ୱର : ସରଗରମ ହୋଇଛି ମାହାଙ୍ଗା ରାଜନୀତି  । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣି ଟାଙ୍କି ଉଦଘାଟକୁ ନେଇ ରାଜନୀତି ଜୋର ଧରିଛି  । ପୂର୍ବରୁ ଏନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ପ୍ରକାଶ ପାଇଛି  । ତେବେ କଥାକଥାକେ ତୃତୀୟ ମହଲାକୁ ଟାର୍ଗେଟ କରିବା ପାଇଁ ବୈଜୟନ୍ତ ଓର ଖୋଜୁଥିବା ଦେଖିବାକୁ ମିଳିଛି  । ମାହାଙ୍ଗା ଅଣ୍ଡା ମାଡ଼ ଘଟଣାକୁ ନେଇ ବୈଜୟନ୍ତ କିଭଳି ଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ ତାହା ସମସ୍ତେ ଜାଣନ୍ତି  । ନିଶ୍ଚିନ୍ତକୋଇଲିରେ ଯେପରି ସେମିତି କୌଣସି ଅଘଟଣ ନଘଟିବ ସେଥିପାଇଁ ପୁଲିସ ପ୍ରଶାସନ ତପôର ହୋଇପଡ଼ିଛି  । ସଭାସ୍ଥଳୀ ନିକଟରେ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି  । ଅପରପକ୍ଷରେ ବୈଜୟନ୍ତଙ୍କ ଗସ୍ତକୁ ବିରୋଧ କରି ବିଜେଡ଼ି କର୍ମୀମାନେ ଧାରଣାରେ ବସି ରହିଛନ୍ତି  । ସ୍ଥାନୀୟ ଅଂଚଳରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତି ତଳେ ମହିଳା କର୍ମୀମାନେ ଧାରଣା ଦେଇଛନ୍ତି  । ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା ଧାରଣାରେ ବସି ରହିଛନ୍ତି  । ତେବେ ଖବର ଲେଖା ହେବାବେଳକୁ ବୈଜୟନ୍ତଙ୍କ ହେଲିକପ୍ଟର ସଭାସ୍ଥଳରେ ପହଁଚିଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook