Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ତୁଳସୀ ଦେଇ ଭକ୍ତଙ୍କ ଟଙ୍କା ଚୋରାଇଲେ ସେବାୟତ

    Share on :
    Date: Jan 10, 2018    Views: 199

    ପୁରୀ : କେତେବେଳେ ଶ୍ରୀମନ୍ଦିରରେ ଅମଣୋହି ଭୋଗ ବିକ୍ରି ହେଉଛି ତ କେବେ ସେଲଫି   । ଏହାକୁ ନେଇ ରାଜ୍ୟବ୍ୟାପୀ ଭକ୍ତଙ୍କ ମହଲରେ ତୀବ୍ର ଆଲୋଡ଼ନା ସୃଷ୍ଟି ହୋଇଥିଲେ ଆଜି ପୁଣି ଆଉ ବିବାଦ ମୁଣ୍ଡ ଟେକିଛି  । ଭକ୍ତଙ୍କୁ ତୁଳସୀ ପତ୍ର ଦେବାବେଳେ ଜଣେ ସେବାୟତ  ଟଙ୍କା ଚୋରି କରି ଧରାପଡ଼ିଛନ୍ତି  । 


    ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସିଥା’ନ୍ତି  । ତେବେ ଶ୍ରୀମନ୍ଦିର ଭିତରକୁ ଗଲାବେଳେ ସେବକମାନେ ଭକ୍ତଙ୍କୁ ତୁଳସୀ ପତ୍ର ଦେଇ ଦକ୍ଷିଣା ନେଇଥା’ନ୍ତି  । ତେବେ ଶ୍ରୀମନ୍ଦିରରେ ବୁଧବାର ଜଣେ ସେବକ ଭକ୍ତଙ୍କୁ ତୁଳସୀ ଦେବାବେଳେ ତାଙ୍କ ପକେଟରୁ ଟଙ୍କା ଚୋରାଇ ନେଇଥିଲେ  । ଏନେଇ ଭକ୍ତ ଜଣଙ୍କ ସିଂହଦ୍ୱାର ଥାନାରେ ଫେରାଦ ହୋଇଥିଲେ  । ପରେ ପୁଲିସ ତଦନ୍ତ କରି ଲକ୍ଷ୍ମୀଧର ମହାପାତ୍ର ନାମକ ଜଣେ ସେବକଙ୍କୁ ଗିରଫ କରିଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook