Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭିତରକନିକାରେ ବଢ଼ିଲା କୁମ୍ଭୀର ଓ ପକ୍ଷୀ ସଂଖ୍ୟା

    Share on :
    Date: Jan 10, 2018    Views: 141

    କେନ୍ଦ୍ରାପଡ଼ା : ଭିତରକନିକାରେ କୁମ୍ଭୀର ଓ ପକ୍ଷୀ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି  । ଗତବର୍ଷ ଭିତରକନିକାରେ ୧୬୮୨ କୁମ୍ଭୀର ଥିବାବେଳେ ଚଳିତ ବର୍ଷ ତାହା ୧୬୯୮କୁ ବୃଦ୍ଧିପାଇଛି  । ସେହିପରି ପକ୍ଷୀ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି  । ଗତବର୍ଷ ଭିତରକନିକାରେ ୮୧ ପ୍ରଜାତିର ୭୬୨୭୮ ପକ୍ଷୀ ରହିଥିବାବେଳେ ଚଳିତ ବର୍ଷ ୮୩ ପ୍ରଜାତିର ୧,୧୨, ୯୩୫ ପକ୍ଷୀ ରହିଥିବା ଜାଣିବାକୁ ମିଳିଛି  । ଗତବର୍ଷ ତୁଳନାରେ ପକ୍ଷୀ ସଂଖ୍ୟାରେ ୩୬ ହଜାର ବୃଦ୍ଧି ଘଟିଛି ବୋଲି ରାଜନଗର ଡିଏଫଏଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି  ।


    ସୂଚନାଯୋଗ୍ୟଯେ, କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଭିତରକନିକା ଜାନୁଆରୀ ୩ରୁ ୧୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା  । ଗଣନା ବେଳେ ଶବ୍ଦ ପ୍ରଦୂଷଣ ନକରିବା ଲକ୍ଷ୍ୟରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା  । କୁମ୍ଭୀର ଗଣନା ପାଇଁ ବିଶେଷଜ୍ଞ ସୁଧାକର କରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook