Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ବିଜେପିକୁ ‘ରାୟଗଡ଼ା’ ଝଟକା

    Share on :
    Date: Jan 10, 2018    Views: 1225

    ରାୟଗଡ଼ାରୁ ଦେବାଶିଷ ଖାଡ଼ଙ୍ଗା : ପଂଚାୟତ ନିର୍ବାଚନରେ ରାୟଗଡ଼ାରେ ବିଜେପି ଯେଉଁ ଟିକକ ସଫଳତାର ପଦ୍ମଫୁଲ ଫୁଟାଇଥିଲା ତାହା ଆଜି ମଉଳି ଯାଇଛି  । ଝଡ଼ିଯାଇଛି ଫୁଲର ପାଖୁଡ଼ା  । ରାୟଗଡ଼ାର ୧୧ଟି ବ୍ଲକ ମଧ୍ୟରୁ ବିଜେପି ମୁନିଗୁଡ଼ା ପଂଚାୟତ ସମିତିକୁ କବଜା କରିବାରେ ସଫଳ ହୋଇଥିଲା  । ଏହି ଟିକକ ସଫଳତା ମଧ୍ୟ ରାୟଗଡ଼ା ଭଳି କଂଗ୍ରେସ ଗଡ଼ରେ ବିଜେପି ପାଇଁ ଆଶାର କିରଣ ସୃଷ୍ଟି କରିଥିଲା  । ତେବେ ଆଜି ମୁନିଗୁଡ଼ା ବ୍ଲକର ଅଧ୍ୟକ୍ଷ ଶ୍ରୀଧର କରଡ଼ା, ୭ ସରଂପଚ ଓ ୮ ସମିତିସଭ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି  । କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ଜନପ୍ରତିନିଧିମାନଙ୍କୁ କୋଳେଇ ନେଇଛନ୍ତି  । ଏହି ଅବସରରେ ରାୟଗଡ଼ାର ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁୁରୁଷୋତମ ଗମାଙ୍ଗ ଉପସ୍ଥିତ ଥିଲେ  ।


    ପଂଚାୟତ ନିର୍ବାଚନର ବର୍ଷେ ନପୂରୁଣୁ ଦଳର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଜନପ୍ରତିନିଧିମାନେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହେବା ଘଟଣା ରାୟଗଡ଼ା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷକରି ଜିଲ୍ଲା ସଭାପତି ଶିବଶଙ୍କର ଉଲାକାଙ୍କୁ ଏହା ଝଟକା ଦେଇଛି  । ଏଠାରେ ସୂଚାଇ ଦିଆଯାଇପାରେଯେ, ଶିବଶଙ୍କର ପୂର୍ବରୁ ଜଣେ କଂଗ୍ରେସ ନେତା ଥିଲେ  । ତାଙ୍କ ବାପା ରାମଚନ୍ଦ୍ର ଉଲାକା କଂଗ୍ରେସର ଜଣେ ଟାଣୁଆ ନେତା ମଧ୍ୟ ଥିଲେ  । ଏପରିକି ସେ ବହୁବାର ମନ୍ତ୍ରୀ ରହିବା ସହ ବିରୋଧୀ ଦଳ ନେତା ଭାବେ ଆସନ ଅଳଙ୍କୃତ କରିଥିଲେ  । ତେବେ ପରବର୍ତୀ ସମୟରେ ଶିବଶଙ୍କର ବିଜେପିରେ ଯୋଗଦେବା ସହ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ  । 

    Maximum 500 characters

    ରାଜନୀତି View all

    Find Us on Facebook