Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ହେମାନନ୍ଦ ଓ ଯୋଗେଶଙ୍କ ଉପରେ ବର୍ଷିଲେ ସୁର

    Share on :
    Date: Jan 10, 2018    Views: 1685

    ଭୁବନେଶ୍ୱର : ପିସିସି ଚଉକି ବଦଳିବ ବୋଲି ରାଜ୍ୟ କଂଗ୍ରେସ ଅଳିନ୍ଦରେ ହେଉଥିଲା ଜୋରଦାର ଚର୍ଚ୍ଚା  । ପ୍ରସାଦ ବଦଳିବେ ଆଉ ନିରଂଜନ ଆସିବେ ବୋଲି ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ଚାଲିଥିଲା ମନ୍ତ୍ରଣା  । ତେବେ ରାହୁଲଙ୍କ ଗୋଟିଏ ଚିଠି ଏବେ ରାଜ୍ୟର ଆଗଧାଡ଼ିର କଂଗ୍ରେସ ନେତାଙ୍କ ବୁଦ୍ଧିକୁ ବାଟବଣା କରିଦେଇଛି  । ଏବେ ଓଡ଼ିଶାରେ ପିସିିସି ସଭାପତି ବଦଳିବେ ନାହିଁ ବୋଲି ସଂକେତ ମିଳିବା ପରେ ଅନେକ ନେତା ବିଷୋଦଗାର ଆରମ୍ଭ କରିଦେଇଛନ୍ତି  । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ପ୍ରତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଓ ବିଧାୟକ ଯୋଗେଶ ସିଂହ ନକରାତ୍ମକ ଟିପ୍ପଣୀ ଦେଇଥିଲେ  । ତେବେ ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ  ।


    ସୁର ରାଉତରାୟ କହିଛନ୍ତିଯେ, ହେମାନନ୍ଦ ବାବୁଙ୍କର ବୟସ ହୋଇଗଲାଣି  । ତେଣୁ ସେ ଯୁବ ସଂଗଠନ ସହ ତାଳ ଦେଇ ଚାଲିପାରୁନାହାନ୍ତି  । ମୋର ବି ବୟସ ହୋଇଗଲାଣି  । ଆଗାମୀ ନିର୍ବାଚନରେ ଆମେ ଠିଆ ହେବୁକି ନାହିଁ ଜଣାନାହିଁ ବୋଲି କହିଛନ୍ତି  । ସେହିପରି ଯୋଗେଶଙ୍କୁ ଟାର୍ଗେଟ କରି ସୁର କହିଛନ୍ତିଯେ, ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ଆଗରୁ ଜଣେ ସରପଂଚ ଥିଲେ  । ଯଦି କାହାଠୁ କିଛି ପାଇଥିବେ, ସେଥିପାଇଁ ବୋବାଉଥିବେ  । ପ୍ରସାଦଙ୍କ କେଉଁ ଗୁଣ ଜ୍ଞାନକୁ ସେ ସରିହେବେ ବୋଲି ସୁର କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook