Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପର୍ଯ୍ୟଟକଙ୍କୁ ଖୁସି ବାଂଟିବ କୁସୁମା

    Share on :
    Date: Jan 10, 2018    Views: 269

    ଯାଜପୁରରୁ ଦେବୀ ପ୍ରସାଦ ବିଶ୍ୱାଳ : ଯାଜପୁର ସହରରେ ସାତ ବର୍ଷ ମଧ୍ୟରେ ବହୁବିଧ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି  । ଫଳରେ ଏହି ସହରର ଛବି ଦିନକୁ ଦିନ ବଦଳୁଛି  । ଏହି ସହର ଦେଶର ଅନ୍ୟତମ ତୀର୍ଥକ୍ଷେତ୍ରର ମାନ୍ୟତା ପାଇଥିବାବେଳେ ଆଗାମୀ ଦିନରେ ଏହାକୁ ଜାତୀୟସ୍ତରରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଦେଖିବାକୁ ମିଳିଛି  । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଏହି ସହରକୁ ସୌନ୍ଦର୍ଯ୍ୟମୟ କରିବାକୁୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି  । ସହରରେ ଛୋଟ ବଡ଼ ପାର୍କ ନିର୍ମାଣ ସହିତ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ପ୍ରକଳ୍ପ ହେଉଛି କୁସୁମା  । ସହରରେ ଶହ ଶହ ପୋଖରୀ ଥିବାବେଳେ ଦିବଂଗତ ନେତା ଅଶୋକ ଦାସଙ୍କ ପୋଖରୀ ଚର୍ଚ୍ଚା କେବଳ ଜିଲ୍ଲାରେ ନୁହେଁ ରାଜ୍ୟରେ ମଧ୍ୟ ହେଉଥିଲା  । ଏହିସବୁ ପୋଖରୀକୁ ଛାଡ଼ି ସହରର କେନ୍ଦ୍ରସ୍ଥଳରେ ରହିଥିଲା ସର୍ବବୃହତ ଜଳଭଣ୍ଡାର କୁସୁମା  ।


    ଯାଜପୁର ପୌର ପରିଷଦ ଦ୍ୱାରା ଏହି ପୋଖରୀର ରକ୍ଷଣାବେକ୍ଷଣ ହେଉଥିଲା  । ପ୍ରାୟ ୨୮ ଏକର ପରିମିତ ଏହି ଜଳଭଣ୍ଡାରର ସୁରକ୍ଷା ସହିତ ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ଦିନେ ଯାଜପୁର ପୌର ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ଉକôଳ କେଶରୀ ଦାସ ସ୍ୱପ୍ନ ଦେଖିôଥିଲେ  । ନିଜର ଏହି ସ୍ୱପ୍ନର କୁସୁମାକୁ ଜନସାଧାରଣଙ୍କ  ଆଗରେ ପ୍ରକଟିତ କରିବା ପୂର୍ବରୁ ସେ ସ୍ୱର୍ଗାରୋହଣ କରିଥିଲେ  । ତେବେ ପ୍ରଣବ ଦାସ ବିଧାୟକ ହେବା ପରେ ପୁଣି କୁସୁମାର ସ୍ୱପ୍ନ କଡ଼ ଲେଉଟାଇଥିଲା  । ସେ ଦିନର ସ୍ୱପ୍ନକୁ ସାକାର କରିବା ପାଇଁ ଅଣ୍ଡା ଭିଡ଼ିଥିଲେ ପ୍ରଣବ  । କୁସୁମାକୁ ସଜାଇବା ପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ ହୋଇଥିଲା  । ପୋଖରୀ ଚତୁଃପାଶ୍ୱର୍ରେ ବାଡ଼ ନିର୍ମାଣ ସହିତ ପୋଖରୀରୁ ପଙ୍କ ଉଦ୍ଧାର କରାଯାଇ ସମତୁଲ କରାଯାଇଥିଲା  । ଏହା ସହିତ ନୂତନ ପାଣି ପୋଖରୀ ମଧ୍ୟରେ ଛଡ଼ା ଯାଇ ପୋଖରୀକୁ ଜଳପୂର୍ଣ୍ଣ କରାଯାଇଥିଲା  । ଏହାର ଚତୁଃପାଶ୍ୱର୍ରେ ପାଦଚଲା ରାସ୍ତା ନିର୍ମାଣ ସହିତ ବିଦୁ୍ୟତ ଆଲୋକରେ ଆଲୋକିତ କରିବାର ବ୍ୟବସ୍ଥା ହୋଇଥିବାବେଳେ ପାଦଚଲା ରାସ୍ତାର ଉଭୟ ପଟେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷରୋପଣ କରାଯାଇଛି  । ପୁଷ୍କରିଣୀ ଜଳକୁ ସଫା ରଖିବାକୁ ଅହରହ କର୍ମଚାରୀ ପାଣିରେ ଭାସୁଥିବା ଦଳ ଓ ଘାସକୁ ସଫେଇ କରି ତାକୁ ସମ୍ପୂର୍ଣ୍ଣ ସଫା ରଖିଛନ୍ତି  । ବର୍ତମାନ କୁସୁମାରେ ବିଭିନ୍ନ ପ୍ରଜାତିର ମାଛ ଚାଷ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଅନ୍ୟ ବିଭିନ୍ନ ପ୍ରଜାତିର ରଂଗୀନ ମାଛ ଛଡ଼ାଯିବାର ବ୍ୟବସ୍ଥା ହେଉଛି  । ଯେଉଁ ମାଛଗୁଡ଼ିକ ପର୍ଯ୍ୟଟକଙ୍କୁ ବେଶ ଆମୋଦ ପ୍ରଦାନ କରିବେ  । ଏହା ସହିତ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ବ୍ୟବସ୍ଥା ହେବାକୁ ଯାଉଥିବାବେଳେ ସମ୍ଭବତଃ ରାଜ୍ୟର ପ୍ରଥମ ଲେଜର ଲାଇଟ ଏହି କୁସୁମାରେ ଲାଗିବାର ବ୍ୟବସ୍ଥା ହୋଇଛି  । ଯାହା ସଂଧ୍ୟା ନଇଁଲେ କୁସୁମାକୁ ରଂଗୀନ କରିଦେବ  । ଜିଲ୍ଲାବାସୀ ତଥା ପର୍ଯ୍ୟଟକମାନେ ସୁନ୍ଦରୀ କୁସୁମାର ସୌନ୍ଦର୍ଯ୍ୟରେ ବେଶ କିଛି ସମୟ ହଜିଯିବା ସହିତ ନିଜ କର୍ମମୟ ଜୀବନକୁ ଟିକିଏ ହାଲକା କରିବାକୁ ସ୍ୱପ୍ନ ଦେଖିବା ଆରମ୍ଭ କଲେଣି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook