Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ଆନ୍ଧ୍ରର ଅନୁପ୍ରବେଶ

    Share on :
    Date: Jan 9, 2018    Views: 331

    କୋରାପୁଟରୁ କ୍ରାନ୍ତି ପଟ୍ଟନାୟକ : ପୁଣି କୋଟିଆ ଗ୍ରାମପୁଂଜ ଉପରେ ଆଖି ପକାଇଛି ଆନ୍ଧ୍ରପ୍ରଦେଶ  । ଗୋଟିଏ ପଟେ ପୋଲାଭରମ ପ୍ରସଙ୍ଗ ନେଇ ଆନ୍ଧ୍ର ସହ ଓଡ଼ିଶାର ବିବାଦ ଘନୀଭୂତ ହେଉଥିବାବେଳେ ପୁଣି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର  । ଜାନୁଆରୀ ୨ରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ଚନ୍ଦ୍ରବାବୁ ନାଇଡ଼ୁ ସରକାର ଜନ୍ମଭୂମି ମା ବୁରୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି  । ଆନ୍ଧ୍ରପ୍ରଦେଶର ଲୋକଙ୍କ ମଧ୍ୟରେ ସରକାରୀ ଯୋଜନାର ସୁଫଳ ଓ ସଚେତନତା ସୃଷ୍ଟି କରିବା ପାଇଁ ଏହି ଯୋଜନାଟି ଉଦ୍ଧିଷ୍ଟ  । ହେଲେ ଆଶ୍ଚର୍ଯ୍ୟର କଥା ଏହି ଯୋଜନାରେ ଆନ୍ଧ୍ର ପ୍ରଶାସନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମପୁଂଜକୁ ସାମିଲ କରିଛି  । ବିଜୟନଗରମ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବିଧାୟକମାନେ କୋଟିଆ ଗ୍ରାମପୁଂଜର କେତେକ ଗ୍ରାମରେ ଆଜି କମ୍ବଳ ବାଂଟିବା ସହ ଯୋଜନାରେ ସାମିଲ ହେବାକୁ ପ୍ରବର୍ତାଇଥିବା ଜାଣିବାକୁ ମିଳିଛି  ।


    ଏସମ୍ପର୍କରେ ଅବଗତ ହେବା ପରେ କୋରାପୁଟ ଉପଜିଲ୍ଲାପାଳଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି  । ରିପୋର୍ଟ ଆସିବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଅନୁପମ ଶାହା ପ୍ରକାଶ କରିଛନ୍ତି  । 


    ସୂଚନାଯୋଗ୍ୟଯେ, ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ବେଳେ ଜୟପୁର ଇଷ୍ଟେଟରେ ଥିବା କୋଟିଆ ଗ୍ରାମପୁଂଜର ୨୮ ଗ୍ରାମକୁ ସାମିଲ କରାଯାଇନଥିଲା  । ତେବେ ୧୯୪୦ ଦଶକର ପ୍ରଥମ ଭାଗରେ ଓଡ଼ିଶା ସରକାର କୋଟିଆ ଗ୍ରାମପୁଂଜର ତୁରିଆ, ବାରାବନ୍ଧା, ତାଳକଂଟି, ଗୁମେଲପଦର, ମଠାଲମ୍ବା, ସୁଲିଆମାରି ଓ କାଟ୍ରାଗୁଡ଼ାରେ ସର୍ଭେ କରିବା ସହ ଖଜଣା ଆଦାୟ କରିଥିଲେ  । ତେବେ ଅନ୍ୟ ୨୧ ଗ୍ରାମପୁଂଜରେ ଓଡ଼ିଶା ସରକାର ସର୍ଭେ କରିନଥିଲେ  । ସେହିପରି ଆନ୍ଧ୍ରପ୍ରଦେଶ ଗଠନ ହେବା ପରେ ଆନ୍ଧ୍ର ସରକାର ମଧ୍ୟ ଉକ୍ତ ୨୧ ଗ୍ରାମରେ ସର୍ଭେ କରିନଥିଲେ  । ପରବର୍ତୀ ସମୟରେ କୋଟିଆ ଗ୍ରାମପୁଂଜର ସମସ୍ତ ଗ୍ରାମ ଓଡ଼ିଶାରେ ଅନ୍ତର୍ଭୁକ୍ତ ବୋଲି ଭାରତ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ  । ହେଲେ ଆନ୍ଧ୍ରପ୍ରଦେଶ ଏହାକୁ ନିଜର ବୋଲି ଦାବି କରିବା ସହ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା  । ଓଡ଼ିଶା ସରକାର ଉକ୍ତ ଗ୍ରାମରୁ ଖଜଣା ଆଦାୟ କରିବା ସହ ସରକାରୀ ଯୋଜନା ପ୍ରଦାନ କରୁଥିବାବେଳେ ପୁଣି ଆନ୍ଧ୍ରର ପୁରୁଣା ଖୋଇ ଆରମ୍ଭ କରିଛି  । ବୋଧହୁଏ ପୋଲଭରମ ପ୍ରସଙ୍ଗରୁ ନଜର ହଟାଇ ନୂତନ ବିବାଦ ସୃଷ୍ଟି କରିବା ପାଇଁ ଏହା ଆନ୍ଧ୍ରର ଏକ ଚାଲ ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook