Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜେଇ ମୃତୁ୍ୟର ତଦନ୍ତ କରିବେ ୫ ଜଣିଆ ଡାକ୍ତରୀ ଦଳ

    Share on :
    Date: Jan 9, 2018    Views: 97

    ଭୁବନେଶ୍ୱର : ଜାପାନୀ ଏନସାଫାଇଲିଟିସ (ଜେଇ) ମୃତୁ୍ୟ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ୫ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି  । ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ଏହି ଦଳ ତାଙ୍କର ତଦନ୍ତ ଆରମ୍ଭ କରିଛନ୍ତି  । ଖୁବଶୀଘ୍ର ସେମାନେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି  ।


    ଜେଇରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତୁ୍ୟ ଘଟିଥିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତିଯେ, ୨୦୧୭ରେ ରାଜ୍ୟରେ ଜଣେ ହେଲେ ଜେଇରେ ମୃତୁ୍ୟବରଣ କରିନଥିବାବେଳେ ଚଳିତ ବର୍ଷ ଜାନୁଆରୀରୁ ଏପର୍ଯ୍ୟନ୍ତ ୩ ଜଣ ଆକ୍ରାନ୍ତ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇଛି  । ଅନ୍ୟ ଜଣେ ଚିକିତ୍ସାଧୀନ ଥିବାବେଳେ ଆଉ ଜଣେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି  । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ସତର୍କ ଦୃଷ୍ଟି ରଖାଯାଇଛି  । ତେବେ ମୃତୁ୍ୟବରଣ କରିଥିବା ପିଲାର ପ୍ରକୃତ ମୃତୁ୍ୟର କାରଣ ଆଦି ସମ୍ପର୍କରେ ଡାକ୍ତରୀ ଦଳ ତଦନ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ୧୮ ଜିଲ୍ଲାରେ ଜେଇ ଟୀକାକରଣ କରାଯାଇଛି  । ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ଥିବାବେଳେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook