Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଢ଼ିଲା ଚୁକ୍ତିଭିତିକ ମେଡ଼ିକାଲ କଲେଜ ପ୍ରଫେସରଙ୍କ ଦରମା

    Share on :
    Date: Jan 9, 2018    Views: 163

    ଭୁବନେଶ୍ୱର :  ରାଜ୍ୟର ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ କାର୍ଯ୍ୟ କରୁଥିବା ଚୁକ୍ତିଭିତିକ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ମାସିକ ଦରମା ବୃଦ୍ଧି କରାଯାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହା ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।


    ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତିଯେ, ସରକାରୀ ମେଡ଼ିକାଲ କଲେଜମାନଙ୍କରେ କାର୍ଯ୍ୟ କରୁଥିବା ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରମାନେ ମାସିକ ଯଥାକ୍ରମେ ୯୦ ହଜାର, ୭୫ ହଜାର ଏବଂ ୬୦ ହଜାର ଟଙ୍କା ପାଉଥିଲେ  । ଏଣିକି ସେମାନେ ମାସିକ ୧ ଲକ୍ଷ ୨୫ ହଜାର, ୧ ଲକ୍ଷ ଏବଂ ୭୫ ହଜାର ଟଙ୍କା ଲେଖାଏଁ ପାଇବେ  । ସେମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେଲେ ବାର୍ଷିକ ୩ ପ୍ରତିଶତ ଲେଖାଏଁ ବୃଦ୍ଧି କରାଯିବ  । ଏହି ବର୍ଦ୍ଧିତ ହାର ଚଳିତ ଜାନୁଆରୀ ପହିଲାରୁ ଲାଗୁ ହେବ  ।

    Maximum 500 characters

    ତାଜା ଖବର View all

    Find Us on Facebook