Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମନ୍ତ୍ରୀ ପୁଅଙ୍କ ଅଫିସ୍ ଜାଳିଦେଲେ ‘ସନାସେନା’

    Share on :
    Date: Jan 9, 2018    Views: 839


    ଆନନ୍ଦପୁର:  ସୋମବାର ଘଷିପୁରାରେ ସନାସେନା ପକ୍ଷରୁ କମ୍ବଳ ବିତରଣକୁ ଜୋରଦାର କରିଥିଲେ ବଦି୍ରଙ୍କ କର୍ମୀ । ସନାସେନାର ଗାଡ଼ି ଭାଙ୍ଗିବା ସହ ସମର୍ଥକମାନଙ୍କୁ ଅଟକ ମଧ୍ୟ ରଖାଯାଇଥିଲା । କାଲି ଦିନ ତମାମ ଏହାକୁ  ନେଇ କେନ୍ଦୁଝର ଜିଲ୍ଲାରେ ଉତେଜନା ଲାଗିରହିଥିବା ବେଳେ ଆଜି ସନାସେନା ନିଜର ଦମ୍ ଦେଖାଇଛି । 
    ସାରା ରାଜ୍ୟରେ ଶୀତ ଲହରି ଦେହ ଥରାଉ ଦେଉଥିବା ବେଳେ କେନ୍ଦୁଝର ରାଜନୀତି ଗରମ ପାଣି ଭଳି ଟକମକ ହୋଇ ଫୁଟିଛି । କେନ୍ଦୁଝରର ଦୁଇ ପ୍ରଭାବଶାଳୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗତକାଲି ମନ୍ତ୍ରୀ ବଦି୍ରନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜଗତଜନନୀ ସେବା ଟ୍ରଷ୍ଟ ପକ୍ଷରୁ କମ୍ବଳ ବଂଟନକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ରାମଚନ୍ଦ୍ରପୁର ଥାନା ମଛଳ ଗ୍ରାମରେ ବିଜେଡି କର୍ମୀମାନେ ‘ସନାସେନା’ର ଗାଡ଼ି ଭଂଗାରୁଜା କରିଥିଲେ । ଖାଲି ସେତିକି ନୁହେଁ, କେନ୍ଦୁଝର ଜିଲ୍ଲାର ଯୋଡ଼ା, ବାମବାରୀ, ବଡ଼ବିଲ, ରୁଗୁଡ଼ି ଓ ବଲାଣି ଥାନା ଅଂଚଳରୁ ପୁଲିସ୍ ୧୭ଜଣଙ୍କୁ ଗିରଫ ମଧ୍ୟ କରିଥିଲା । ବେଆଇନ ଚାନ୍ଦା ଆଦାୟ, ଧମକ ଦେଇ ଖଣି ଅଂଚଳରେ ପରିବହନ ଆଦି ଅଭିଯୋଗରେ ଯେଉଁମାନଙ୍କୁ ଗିରଫ କରାଯାଇଥିଲା ସେମାନେ ସନାଙ୍କ ପାଖ ଲୋକ ତଥା ସମର୍ଥକ ଭାବେ ବେଶ ଜଣାଶୁଣା । ତେବେ ସନା ସମର୍ଥକଙ୍କୁ ଗିରଫ ପ୍ରତିବାଦରେ ଆଜି ଏସ୍ଡିପିଓ ଅଫିସ ମଧ୍ୟ ଘେରାଉ କରାଯାଇଥିଲା । ଘେରାଉ ସମୟରେ କିଛି ଆନେ୍ଦାଳନକାରୀ ଆନନ୍ଦପୁର ନିକଟସ୍ଥ ଶାଳପଡ଼ା ଠାରେ ଥିବା ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଅଫିସ ଜାଳିଦେଇଥିବା ନେଇ ଅଭିଯୋଗ ହୋଇଛି ।  ଏଠାରେ ସୂଚାଇଦିଆଯାଇପାରେ ଯେ ମଛଳ ଗ୍ରାମରେ ସନାସେନା ଉପରେ ହୋଇଥିବା ଆକ୍ରମଣ ପାଇଁ ଦେବାଶିଷଙ୍କୁ ମଧ୍ୟ ଆନେ୍ଦାଳନକାରୀମାନେ ଦାୟୀ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook