Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶଖବର

ମୁଖ୍ୟ ଖବର

    ସିନେମା ହଲରେ ଜାତୀୟ ସଂଗୀତ ବାଧ୍ୟତାମୂଳକ ନୁହେଁ

    Date: Jan 9, 2018    Views: 187

    ନୂଆଦିଲ୍ଲୀ : ସିନେମା ହଲରେ ଜାତୀୟ ସଂଗୀତ ଗାନକୁ ବାଧ୍ୟତାମୂଳକ କରାଯିବ ନାହିଁ  । ୨୦୧୬ରେ ସୁପ୍ରିମକୋର୍ଟ ସିନେମା ହଲରେ ଜାତୀୟ ସଂଗୀତକୁ ବାଧ୍ୟତାମୂଳକ କରିଥିଲେ  । ତେବେ ଜାତୀୟ ସଂଗୀତ ଗାନ ଓ ଫ୍ଲାଗ କୋଡ ନେଇ କେନ୍ଦ୍ର ସରକାର କେତେକ ସଂଶୋଧନ ଆଣିବେ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରିବା ପରେ ସୁପ୍ରିମକୋର୍ଟ ପୂର୍ବ ରାୟ ସଂଶୋଧନ କରିଛନ୍ତି  ।


    ୨୦୧୬ ନଭେମ୍ବରରେ ସୁପ୍ରିମକୋର୍ଟ ଏସଂକ୍ରାନ୍ତୀୟ ରାୟ ଦେଇ କହିଥିଲେଯେ, ସିନେମା ଆରମ୍ଭ ହେବା ପୂର୍ବରୁ ଜାତୀୟ ସଂଗୀତ ଗାୟନ କରାଯିବ  । ଜାତୀୟ ସଂଗୀତ ଶେଷ ହେବା ପର୍ଯ୍ୟନ୍ତ ସମସ୍ତେ ଏହାକୁ ସମ୍ମାନ ଜଣାଇ ଠିଆ ହେବେ  । ଯାହାଫଳରେ ଆମେ ସମସ୍ତେ ଏକ ବୋଲି ଅନୁଭବ କରିବା ସହ ଆମ ମଧ୍ୟରେ ଦେଶାତ୍ମକ ଓ ଜାତୀୟତାବୋଧ ଭାବନା ସୃଷ୍ଟି ହେବ  । ତେବେ ଏହି ରାୟ ସଂଶୋଧନ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯିବା ପରେ ଗତ ଅକ୍ଟୋବରରେ ଏହା ସଂଶୋଧିତ ହୋଇଥିଲା  । ସିନେମା ହଲରେ ଜାତୀୟସଂଗୀତ ବାଜିବା ବେଳେ ଠିଆ ହେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଥିଲେ  । ସିନେମା ହଲରେ ଜାତୀୟ ସଂଗୀତ ଗାନ ବେଳେ ଯେଉଁମାନେ ଠିଆ ହୋଇନଥିବେ ସେମାନଙ୍କୁ କମ ଦେଶପ୍ରେମୀ ବୋଲି କୁହାଯାଇପାରିବ ନାହିଁ  । ଅପରପକ୍ଷରେ ସରକାରଙ୍କୁ ମଧ୍ୟ ସୁପ୍ରିମକୋର୍ଟ ସମାଲୋଚନା କରିଥିଲେ  । କୋର୍ଟ କାନ୍ଧରେ ସରକାର ବନ୍ଧୁକ ନରଖି ଫ୍ଲାଗ କୋଡ଼ ସଂଶୋଧନ କରନ୍ତୁ ବୋଲି କହିଥିଲେ  । ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରୀ ପରିଷଦରେ ଏନେଇ ଆଲୋଚନା କରାଯାଇ ଆବଶ୍ୟକୀୟ ସଂଶୋଧନ କରାଯିବ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ  ।

    Maximum 500 characters

    ଦେଶଖବର View all

    Find Us on Facebook