Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମାର୍ଚ୍ଚ ୨୦୧୯ ସୁଦ୍ଧା ସବୁଘରକୁ ପାଣି ସଂଯୋଗ ନିଦେ୍ର୍ଧଶ

    Share on :
    Date: Jan 9, 2018    Views: 273


    ଭୁବନେଶ୍ୱର: ୨୦୧୯ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୨ଟି ସହରାଞ୍ଚଳରେ  ଥିବା ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଣ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ସହରାଞ୍ଚଳରେ ବାସ କରୁଥିବା ୭୦ଲକ୍ଷ ଲୋକଙ୍କୁ ପାଇପ ପାଣି ଯୋଗାଣ ପାଇଁ ୨୭୦୦ କୋଟି ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତି ନେଇ ସମୀକ୍ଷାା କରିଛନ୍ତି । ସବୁ ପ୍ରକଳ୍ପ  ଯେପରି ନିର୍ଦ୍ଧାରିତ ସମୟରେ ଶେଷ ହେବ ସେଥିପାଇଁ ନଗର ଉନ୍ନୟନ ବିଭାଗ ସଚିବ ନିୟମିତ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ସଚିବାଳୟରେ ଏ ନେଇ ବସିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ରାଜ୍ୟରେ ୧୦୮୯ କୋଟି ଟଙ୍କାର ଚାରିଟି ବଡ଼ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ ଏହା ମାର୍ଚ୍ଚ ୨୦୧୯ ସୁଦ୍ଧା ଶେ ହେବ । ସେହପରି ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଂଚଳକୁ ପାଇପ ପାଣି ଯୋଗାଣ ପାଇଁ ନିର୍ମାଣ ହେଉଥିବା ୪୩୧ କୋଟି ଟଙ୍କାର ବୃହତର ବ୍ରହ୍ମପୁର ଜଳଯୋଗାଣ ଉନ୍ନତିକରଣ କାର୍ଯ୍ୟକ୍ରମ ଆସନ୍ତାା ନଭେମ୍ବରରେ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଛି । ଏହାବାଦ୍ ୩୧୮ କୋଟି ଟଙ୍କା ବ୍ୟୟରେ ବାରିପଦା, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ସହରର ଜଳଯୋଗାଣ, ୨୨୮ କୋଟି ଟଙ୍କା ବ୍ୟୟରେ ବ୍ରଜରାଜନଗର ଜଳଯୋଗାଣ ବ୍ୟବସ୍ଥା ୨୦୧୯ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ଆଇଆଇଟି ଭୁବନେଶ୍ୱର ଓ ନାଇଜରକୁ ଜଳଯୋଗାଣ ପାଇଁ ପିପିପି ମୋଡରେ ହେଉଥିବା ପ୍ରକଳ୍ପର ଅଗ୍ରଗତି ସନ୍ତୋଷଜନକ ଥିବା ବେଳେ ଏହା ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ସଚିବକୁ କୁହାଯାଇଛି । ଜଳାଭାବ ଦେଖାଯାଉଥିବା ଅଂଚଳଗୁଡ଼ିକରେ ଆସନ୍ତା ଗ୍ରୀଷ୍ମଋଣ ପୂର୍ବରୁ ସମସ୍ତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ଦେଇ ଶେଷ କରାଯିବ । ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ନଗର ଉନ୍ନୟନ ବିଭାଗ ସଚିବ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook