Jan 17, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆନନ୍ଦଭବନ ଆସିବ ‘ଡାକୋଟା’

    Date: Jan 9, 2018    Views: 81

    କଟକରୁ ସତ୍ୟଜିତ ରାୟ : ଆନନ୍ଦଭବନ ଆସିବ ବିଜୁଙ୍କ ପ୍ରିୟ ବିମାନ ଡାକୋଟା  । କଳିଙ୍ଗ ଏୟାର ଲାଇନ୍ସର ଏହି ବିମାନ ଏବେ କୋଲକାତା ଏୟାରପୋର୍ଟରେ ରହିଛି  । ଡାକୋଟା ବିମାନ ଆଣିବା ପାଇଁ ରାଜ୍ୟ ସରକାର ଆଗ୍ରହୀ ଥିବାବେଳେ କୋଲକାତା ବିମାନ ବନ୍ଦର କର୍ତୃପକ୍ଷ ମଧ୍ୟ ଏଥିପାଇଁ ସବୁଜ ସଂକେତ ଦେଇଛନ୍ତି  । ଅପରପକ୍ଷରେ ରାଜ୍ୟ ପ୍ରଶାସନ ଓ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି  ।


    ଏସଂକ୍ରାନ୍ତରେ ଏଏଆଇର ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାପାତ୍ର କହିଛନ୍ତିଯେ, କୋଲକାତା ବିମାନବନ୍ଦରରେ କେତେକ ଡାକୋଟା ରହିଛି  । ଏହାକୁ ଓଡ଼ିଶା ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଥିଲୁ  । ସପ୍ତାହକ ତଳେ ଡାକୋଟା ବିମାନ ନେବା ପାଇଁ ଓଡ଼ିଶା ସରକାର ଆଗ୍ରହ ପ୍ରକାଶ କରିଥିଲେ  । ଆମେ ଏଥିପାଇଁ ସମ୍ମତି ଦେଇଛୁ, ନେବାରେ କିଛି ଅସୁବିଧା ନାହିଁ ଶ୍ରୀ ମହାପାତ୍ର କହିଛନ୍ତି  ।
    ଅପରପକ୍ଷରେ ଆନନ୍ଦଭବନ ସାମ୍ନାରେ ଥିବା ପଡ଼ିଆରେ ଏହି ବିମାନକୁ ରଖିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି  । କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଓ ବିଧାୟକ ଦେବାଶିଷ ସାମନ୍ତରାୟ ସ୍ଥାନ ପରିଦର୍ଶନ କରିଛନ୍ତି  । ଏନେଇ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତିଯେ, କୋଲକାତାରୁ ଡାକୋଟା ବିମାନ ଆସିବ  । ଏହାକୁ ୩ ଖଣ୍ଡ କରି ଅଣାଯିବ  । ପରେ ଏହାକୁ ଯୋଡ଼ାଯିବ ବୋଲି ସେ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook