Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାବୁଙ୍କ ବିଦେଶ ଗସ୍ତ ଉପରେ କଟକଣା

    Share on :
    Date: Jan 9, 2018    Views: 219


    ଭୁବନେଶ୍ର: ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି କରାଯାଇଛି । ପ୍ରଶାସନିକସ୍ତରରେ ଶୃଙ୍ଖଳା ରକ୍ଷା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ମାର୍ଗଦର୍ଶିକା ତଥା ନିଦେ୍ର୍ଧଶନାମା ପ୍ରବର୍ତ୍ତନ କରାଯାଇଛି । ଏହି ନିଦେ୍ର୍ଧଶନାମା ଅନୁସାରେ ବରିଷ୍ଠ ଅଧିକାରୀମାନେ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ତିନିଥର ବିଦେଶଗସ୍ତରେ ଯାଇପାରିବେ ଏବଂ ଗସ୍ତର ଅବଧି ଯାତ୍ରା ସମୟକୁ ବାଦ୍ ଦେଇ ୫ଦିନରୁ ଅଧିକ ହେବ ନାହିଁ । ବିଦେଶ ଗସ୍ତରେ ଯିବାର ଦୁଇ ସପ୍ତାହ ପୂର୍ବରୁ ଧାର୍ଯ୍ୟ ନୀତିନିୟମ ଆଧାରରେ ସଂପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଠାରୁ ଅନୁମତି ଆଣିବାକୁ ହେବ ।
    ଏହାଛଡ଼ା କୌଣସି ଅଧିକାରୀ ବିଦେଶ ଗସ୍ତରେ ଗଲେ ସଂପୃକ୍ତ ବିଭାଗୀୟ ସଚିବ ନିଜେ ନଯାଇ ଅନ୍ୟ କାହାକୁ ପଠାଇପାରିବେ । ବିଧାନସଭା ଚାଲୁଥିବା ବେଳେ କୌଣସି ଅଧିକାରୀ ବିଦେଶ ଗସ୍ତ କରିପାରିବେ ନାହିଁ । ପୁନଶ୍ଚ ନିଜର ଦକ୍ଷତା ପରିପ୍ରେକ୍ଷୀରେ ଯଦି କେହି ଅଧିକାରୀ କୌଣସି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଯାଆନ୍ତି ତେବେ ତାହା ସେମାନଙ୍କ ବ୍ୟକ୍ତିଗତ ଗସ୍ତ ବୋଲି ଧରାଯିବ ଓ ସେ ଏଥିପାଇଁ ଛୁଟି ନେବେ ବୋଲି ନିଦେ୍ର୍ଧଶନାମାରେ କୁହାଯାଇଛି । କୌଣସି ବିଦେଶ ଗସ୍ତ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ କ୍ଷେତ୍ରରେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ବିଭାଗର ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି ।
    ଉଲ୍ଲେଖଯୋଗ୍ୟ ଯେ, ଅଧିକାରୀମାନେ ବିଭିନ୍ନ ସମୟରେ ସରକାରୀ ଗସ୍ତ ଆଳ ଦେଖାଇ ବିଦେଶ ଗସ୍ତ କରୁଥିବା ଓ ଏ ସଂପର୍କରେ କେନ୍ଦ୍ର ଅନୁମତି ନେଉନଥିବା ଅଭିଯୋଗ ହୋଇଥାଏ । ଏ ନେଇ ପୂର୍ବରୁ ସିଏଜି ରିପୋର୍ଟରେ ସରକାରଙ୍କୁ ତିରସ୍କାର କରାଯାଇଥିଲା । ପୁନଶ୍ଚ ଏ ବାବଦରେ ସରକାରୀ ତହବିଲ୍ରୁ ବିପୁଳ ଅର୍ଥ ବ୍ୟୟ ହେଉଥିବା ମଧ୍ୟ ଦର୍ଶାଯାଇଥିଲା । ଏହି ପରିପ୍ରେକ୍ଷୀରେ ସରକାର ଏଭଳି କଟକଣା ଜାରି କରିଥିବା ପ୍ରକାଶ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook