Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିରଞ୍ଜନଙ୍କ ଘରେ ମନ୍ତ୍ରଣା!

    Share on :
    Date: Jan 8, 2018    Views: 218


    ଭୁବନେଶ୍ୱର : କଂଗ୍ରେସ ହାଇକମାଣ୍ଡ ରାହୁଳ ଗାନ୍ଧି କୌଣସି ରାଜ୍ୟରେ ପିସିସି ସଭାପତି ପଦ ପରିବର୍ତନ ହେବ ନାହିଁ ବୋଲି ଘୋଷଣା କରିବା ପରେ ରାଜ୍ୟ କଂଗ୍ରେସରେ ଏବେ ଅସନ୍ତୋଷ ଦେଖାଦେଇଛି । ଆଜି କଂଗ୍ରେସର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକଙ୍କୁ ଦୁଇ ବରିଷ୍ଠ ନେତା ସାକ୍ଷାତ ଆଲୋଚନା କରିଥିବା ଶୁଣିବାକୁ ମିଳିଛି । ଗତକାଲି ନିରଂଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଆଜି କଂଗ୍ରେସର ବରିଷ୍ଠ ନେତା ଜିରଞ୍ଜୀବ ବିଶ୍ୱାଳ ଓ ଜଗନ୍ନାଥ ପଟ୍ଟନାୟକ ନିରଞ୍ଜନକୁ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି । ନିରଞ୍ଜନଙ୍କ ଘରେ ପ୍ରାୟ ୨୦ରୁ ୨୫ ମିନିଟ୍ ଆଲୋଚନା ପରେ ସେଠାରୁ ଫେରିଛନ୍ତି । ତେବେ ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ଥିଲା ବୋଲି ଚିରଞ୍ଜିବ କହିଛନ୍ତି । ପିସିସି ସଭାପତି ନେଇ କୌଣସି ଆଲୋଚନା ହୋଇନଥିବା ସେ ସୂଚନା ଦେଇଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook