Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସିଂହ ସଫାରୀ ଦୁର୍ଘଟଣା : ମୃତକ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା

    Share on :
    Date: Jan 8, 2018    Views: 151

    ଭୁବନେଶ୍ୱର : ନନ୍ଦନକାନନ ସିଂହ ସଫାରୀରେ ହୋଇଥିବା ବସ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଯୁବକଙ୍କ ପରିବାରକୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ  । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  ।


    ନନ୍ଦନକାନନ ସିଂହ ସଫାରୀରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସିତ ହେଉଥିବା ଯୁବକଙ୍କର ମୃତୁ୍ୟ ଘଟିଛି  । ମୃତ ଯୁବକଙ୍କ ନାମ ଅମୀୟ ଭାରିମଲ୍ଲ  । ଏଥିପାଇଁ ଅମୀୟଙ୍କ ପରିବାରବର୍ଗ ନନ୍ଦନକାନନ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି  । କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅମୀୟଙ୍କର ମୃତୁ୍ୟ ହୋଇôଥବା ଅଭିଯୋଗ ହୋଇଛି  । ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ସହ ନିଦେ୍ର୍ଧଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି  ।


    ସୂଚନାଯୋଗ୍ୟଯେ, ଗତ ବୁଧବାର ଅପରାହ୍ନରେ ତିନି ପର୍ଯ୍ୟଟକ ଜିରାଫ ଦେଖିସାରି ସରୀସୃପ ଉଦ୍ୟାନ ଆଡ଼କୁ ଆସୁଥିଲେ  । ଏହି ସମୟରେ ପର୍ଯ୍ୟଟକଙ୍କୁ ସଫାରି ବୁଲାଇ ସାରି ଫେରୁଥିବା ହିଙ୍ଗୁଳା ନାମକ ସଫାରୀ ବସଟି ଅଚାନକ ନିୟନ୍ତ୍ରଣ ହରାଇ ପର୍ଯ୍ୟଟକଙ୍କୁ ଧକ୍କା ଦେଇଥିଲା  । ପରେ ପିସିଆର ଭ୍ୟାନ ଉକ୍ତ ଯୁବକମାନଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରିଥିଲା  । ତେବେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦିଆଯାଇଥିବାବେଳେ ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ଥିବା ଅମୀୟଙ୍କର ମୃତୁ୍ୟ ଘଟିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook