Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଦଳିବେନି ପିସିସି ସଭାପତି

    Share on :
    Date: Jan 7, 2018    Views: 65


    ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ପିସିସି ସଭାପତିମାନେ ଅପରିବର୍ତ୍ତିତ ଭାବରେ କାର୍ଯ୍ୟ କରିବେ ବୋଲି ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ କୁହାଯାଇଛି । ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷଭାବରେ ଦାୟିତ୍ୱ ନେବା ପରେ ନିଜ ସଂଗଠନ ସଜାଡ଼ିବା ପାଇଁ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନର ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର କଂଗ୍ରେସ କମିଟି ନେତୃତ୍ୱରେ ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଇଛି । ଏପରିକି ସାଂଗଠନିକ ନିର୍ବାଚନ ହୋଇସାରିଥିଲେ ମଧ୍ୟ ଆଗାମୀ ନିଷ୍ପତ୍ତି ନିଆନଯିବା ଯାଏ କୌଣସି ପରିବର୍ତ୍ତନ ହେବ ନାହିଁ  । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଯେଉ ଆଶଙ୍କା ପ୍ରକାଶ ପାଇଥିଲା ତାହାର ପୂର୍ଣ୍ଣଛେଦ ପଡ଼ିଛି । ବର୍ତ୍ତମାନ ପିସିସି ସଭାପତି ଥିବା ପ୍ରସାଦ ହରିଚନ୍ଦନଙ୍କ ପଦ ବଜାୟ ରହିବା ନେଇ ସୁନିଶ୍ଚିତ ହୋଇଯାଇଛି । ଏଥିସହିତ କଂଗ୍ରେସରେ ସାଂଗଠନିକ କ୍ଷେତ୍ରରେ ଅଦଳବଦଳ ହେଲେ ମଧ୍ୟ ପିସିସି ସଭାପତି ପଦ ପରିବର୍ତ୍ତନ କରାଯିବ ନାହିଁ ଏଆଇସିିସି ପକ୍ଷରୁ କୁହାଯାଇଛି । 

    Maximum 500 characters

    ରାଜନୀତି View all

    Find Us on Facebook