Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମହାନଦୀ ପ୍ରସଙ୍ଗରେ ଆଲୋଚନା କରି କିଛି ଲାଭ ନାହିଁ: ନବୀନ

    Share on :
    Date: Jan 7, 2018    Views: 181


    ଭୁବନେଶ୍ୱର: ମହାନଦୀ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳସମ୍ପଦମନ୍ତ୍ରୀ ନୀତିନ ଗଡ଼କରୀ ଚିଠି ଲେଖିବା ପରେ ଆଲୋଚନା କରି କିଛି ଲାଭ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସ୍ଥାନୀୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ତକ୍ରାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ମଧ୍ୟସ୍ଥତାରେ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଆଲୋଚନା ହୋଇସାରିଛି । ତେବେ ଏଥିରୁ କିଛି ସୁଫଳ ବାହାରିଲା ନାହିଁ । ଓଡ଼ିଶା ଟ୍ରିବୁ୍ୟନାଲ ଗଠନ ପାଇଁ ବାରମ୍ବାର ଦାବି କରିଆସୁଛି । ଏହା ସହ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ନିର୍ମାଣ କରୁଥିବା ସମସ୍ତ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଦାବି କରିଆସୁଛି । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । କେନ୍ଦ୍ର ସରକାର ଓଡ଼ିଶାର ଗୋଟିଏ ବି ଦାବିକୁ ଗ୍ରହଣ କରିନାହାନ୍ତି । ଏପରି ସ୍ଥଳେ ଆଲୋଚନା କରି କ’ଣ ଲାଭ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ଏବଂ ବିଜେପି ସହିତ ମେଣ୍ଟ ନେଇ ସେ ପୁରୁଣା କଥାକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦଳ ଉଭୟ ଦଳଠାରୁ ସମଦୂରତା ରକ୍ଷା କରିବ । ବିଜେଡି ସରକାର ଆରମ୍ଭ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯୋଗୁଁ ଲୋକେ ଏହାକୁ ଭୋଟ୍ ଦେଉଛନ୍ତି । କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ପ୍ରତି ଅବହେଳା କରିଆସୁଛି ବୋଲି ନବୀନ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook