Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସଡ଼କ ସୁରକ୍ଷା ସଚେତନତାର ବାର୍ତା ବାଂଟିଲେ ଯୁବକ

    Share on :
    Date: Jan 6, 2018    Views: 330


    ଯାଜପୁର: ବରୀ-କାଇପଡ଼ା ରାସ୍ତାର ଚତରଠାରେ ବରୀ ଅଂଚଳର ଉତ୍ସାହୀ ଯୁବକମାନଙ୍କ ପକ୍ଷରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାମ୍ବାଦିକ ରବିକାନ୍ତ ପଡ଼ିହାରୀଙ୍କ ନେତୃତ୍ୱରେ ଯୁବକମାନେ ଚତରର ଦୁର୍ଘଟଣାପ୍ରବଣ ଅଂଚଳ ନିକଟରେ ଏକତ୍ରିତ ହୋଇ ବିଭିନ୍ନ ରଙ୍ଗର ପୋଷ୍ଟର ପ୍ରସ୍ତୁତ କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ବରୀ ଥାନା ଅଧିକାରୀ ରୋଜାଲିନ୍ ପଟେଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ରାସ୍ତା ଦେଇ ଯାଉଥିବା ଗାଡ଼ିଚାଳକମାନେ ଯୁବକମାନଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟରଂଜନ ମଲ୍ଲିକ, ଦେବୀପ୍ରସାଦ ବିଶ୍ୱାଳ, ଗ୍ୟାନରଂଜନ ମଲ୍ଲିକ, ନରେଶ ପାଣିଗ୍ରାହୀ, ଜିତ୍ ଜେନା, ବିଶ୍ୱଜିତ ମଲ୍ଲିକ, ମଧୁସୂଦନ ଦାସ ଓ ରିଶିକେଶ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଯୁବକମାନଙ୍କ ଏପରି କାର୍ଯ୍ୟକ୍ରମକୁ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook