Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଏଡସର ସଚେତନତା ଓ ନିରାକରଣ

    Date: Jan 6, 2018    Views: 34


    ସାବିତ୍ରୀ ତି୍ରପାଠୀ:  
    ଏଡ଼୍ସ (ଆକ୍ୱାଡ଼ ଇମୁ୍ୟନ୍ ଡେ଼ଫିସିଏନ୍ସି ସିଣ୍ଡ୍ରୋମ୍) ନାଁ ଶୁଣିଲେ ମନ ଭୟରେ ଥରିଉଠେ  । ସତେ ଯେପରି ମୃତୁ୍ୟ ତା’ର ଏକମାତ୍ର ଅନ୍ତରଙ୍ଗ ବନ୍ଧୁ  । ସମଗ୍ର ଭାରତବର୍ଷରେ ଏଡ଼୍ସ ନିରାକରଣ ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତପôରତା ପ୍ରକାଶ କରି ନିରାକରଣ ଓ ଚିକିତ୍ସା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ୧୯୮୭ ମସିହାରୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଜାତୀୟ ଏଡ଼୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ  । ୧୯୯୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିଲା "ନାକୋ' (ନ୍ୟାଶନାଲ ଏଡ଼୍ସ କଂଟ୍ରୋଲ୍ ଅର୍ଗାନାଇଜେଶନ)  । ସମଗ୍ର ଦେଶରେ କିପରି ଏଡ଼୍ସକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ତତ୍ସହ ଲୋକମାନେ କିପରି ଏହାର ଭୟାବହତା ପ୍ରତି ସଚେତନ ହେବେ ସେଥିନେଇ ଉଦ୍ୟମ ଆରମ୍ଭ କରାଯାଇଥିଲା "ନାକୋ' ମାଧ୍ୟମରେ  ।
    ଏଡ଼୍ସ ସମ୍ବନ୍ଧରେ ଏକ ଐତିହାସିକ ତଥ୍ୟ ରହିଛି  । ସୁଇଜରଲ୍ୟାଣ୍ଡର ଜେନେଭା ସହର  । ସେଠାରେ ୧୯୮୭ ମସିହାରେ ଚାଲିଥାଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ  । ଏହି ଅଧିବେଶନରେ ଭାଗ ନେଇଥାନ୍ତି ଜେମସ୍, ଡବ୍ଲ ୁ ବୁନ୍ ଏବଂ ଥୋମାସ ନିଟର  । ଏଡ଼୍ସ ଉପରେ ହେଉଥିବା ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ଏହି କର୍ମକର୍୍୍ତା ଦ୍ୱୟ ପ୍ରଥମେ "ବିଶ୍ୱ ଏଡ଼ସ ଦିବସ' ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ  । ଆଉ ତା' ପରେ ଦୁହିଁଙ୍କର ଏହି ପରାମର୍ଶକୁ ମିଳିଥିଲା ପ୍ରବଳ ସମର୍ଥନ  । ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼ସ୍ ଦିବସ ଭାବେ ପାଳନ କରିବାକୁ ନିଷ୍ପଣ୍ଟତି ନିଆଯାଇଥିଲା ଏହି ଅଧିବେଶନରେ  । ଠିକ୍ ତାହାର ପରବର୍ଷ ଅର୍ଥାତ୍ ୧୯୮୮ ମସିହା ଡିସେମ୍ବର ୧ ତାରିଖଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଆସୁଛି  । ଏଡ଼୍ସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲଡ଼ ରେଗାନଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ଥିଲା  । ସେ ୧୯୮୬ ମସିହା ଜୁନ୍ ୧୮ ତାରିଖରେ "ଏଡ଼ସ ଲାଇଫ ଲାଇନ' ନାମକ ଏକ ଯୋଜନାର ଶୁଭାରମ୍ଭ କରିଥିଲେ  । ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୯୯୬ରେ ଏଡ଼ସ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଗଲା  । ପ୍ରଥମ ଦୁଇ ବର୍ଷ ଏହି ସଂଗଠନ ପକ୍ଷରୁ କେବଳ ଛୋଟପିଲା ଏବଂ ଯୁବକମାନେ କିପରି ଏଡ଼ସ୍ କବଳରୁ ରକ୍ଷାପାଇବେ ସେଥିନେଇ ଅଧିକ ଗୁରୁତ୍ୱ ଦିଆଯାଇଥିଲା  । କିନ୍ତୁ ପରବଣ୍ଟର୍ତୀ ସମୟରେ ଛୋଟଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା  ।
    ଏଡ଼ସରେ ଆକ୍ରାନ୍ତ ରୋଗୀର ପ୍ରତିଷେଧକ ଶକ୍ତି ଧୀରେ ଧୀରେ ଲୋପ ପାଇଥାଏ  । ଫଳରେ କୌଣସି ସଂକ୍ରମଣ ଏକ ରୋଗ ଭାବେ ରୂପାନ୍ତରିତ ହୋଇ ସଂପୃକ୍ତ ରୋଗୀର ମୃତୁ୍ୟ ଘଟେ  । ପୁଣି ଏଚ୍ଆଇଭି ପଜିଟିଭ୍ ବ୍ୟକ୍ତି ଯେ ଏଡ଼ସରେ ଆକ୍ରାନ୍ତ ସେ କଥା ଜମାରୁ ନୁହେଁ  ।
    ସଂକ୍ରମଣ:
    ଏଡ଼୍ସ ଆମ ସଭିଙ୍କ ଭିତରେ ଏତେ ଆତଙ୍କ ସୃଷ୍ଟି କରିଛି ଯେ ପୁରୁଣା ଦିନର କାହାଣୀ ପରି ଏଡ଼୍ସକୁ ନେଇ ଅନେକ ଭୁଲ ଧାରଣା ଆମ ଭିତରେ ବଞ୍ଚôଛି  । ଏଡ଼୍ସ ସଂକ୍ରମିତ ରୋଗୀକୁ ଚୁମ୍ବନ ଦେବା, ଆଲିଙ୍ଗନ କରିବା, ଛୁଇଁବା, ରୋଗୀର କପଡ଼ା ବ୍ୟବହାର କରିବା, ରୋଗୀ ସହିତ ଗୋଟିଏ ସୁଇମିଂ ପୁଲରେ ଏକାଠି ଗାଧୋଇବା ଏବଂ କୌଣସି କୀଟ ଆଦି କାମୁଡ଼ିବାରେ ମଧ୍ୟ ଏଡ଼୍ସ ସଂକ୍ରମିତ ହୋଇନଥାଏ  । 
    ଏଡ଼୍ସ ମୁଖ୍ୟତଃ ଚାରୋଟି ଉପାୟରେ ସଂକ୍ରମିତ ହୋଇଥାଏ  ।
    ଅସୁରକ୍ଷିତ ଯୌନ ସମ୍ବନ୍ଧ : ଏକାଧିକ ଲୋକଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିବା ଏଡ଼୍ସକୁ ନିମନ୍ତ୍ରିତ କରିଥାଏ  । ଯୌନ ସମ୍ପର୍କ ବେଳେ କଣ୍ଡୋମ ବ୍ୟବହାର କରିବା ହିଁ ସବୁଠାରୁ ନିରାପଦ  ।
    ମା'ଠାରୁ ଜନ୍ମିତ ପିଲାକୁ : ଜଣେ ଏଡ଼୍ସ ସଂକ୍ରମିତ ମା'ଠାରୁ ତିନୋଟି ଉପାୟରେ ପିଲାକୁ ଏଡ଼୍ସ ହୋଇଥାଏ  । ତାହା ହେଲା ଗର୍ଭଧାରଣ ସମୟରେ, ପିଲା ଜନ୍ମ ସମୟରେ ଏବଂ  ପିଲାକୁ କ୍ଷୀର ପିଆଇବା ସମୟରେ  ।
    ସଂକ୍ରମିତ ଛୁଂଚି : ଏଡ଼୍ସ ରୋଗୀ ଇଞ୍ଜେକ୍ସନ ନେବା ସମୟରେ ତଥା ଡ୍ରଗସ୍ ନେବା ବେଳେ ବ୍ୟବହାର କରୁଥିବା ଛୁଂଚିରୁ ଏହି ରୋଗର ଭୂତାଣୁ ସଂକ୍ରମିତ ହୋଇଥାଏ  ।
    ସଂକ୍ରମିତ ରକ୍ତ ଗ୍ରହଣ କରିବା : ଏଡ଼୍ସ ସଂକ୍ରମିତ ରକ୍ତ ଅନ୍ୟ କୌଣସି ଲୋକଙ୍କୁ ଦେବା କିମ୍ବା ସଂକ୍ରମିତ ରୋଗର କୌଣସି ଅଙ୍ଗ ଡାକ୍ତରୀ ଚିକିତ୍ସା ସମୟରେ ଗ୍ରହଣ କଲେ ଏଡ଼୍ସ ବ୍ୟାପିଥାଏ  ।
    ଏଡ଼୍ସଠାରୁ କିପରି ଜନସାଧାରଣ ଦୂରେଇ ରହିବେ ସେଥିପାଇଁ ପ୍ରତିବର୍ଷ ନୂଆ ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି  । ଏହା ସହ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ, ଏଡ଼୍ସ ସେଲ୍ ଓ ଅନେକ ସ୍ୱେଚ୍ଛାସେବୀ ସଂଗଠନର ସହାୟତାରେ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି  । ତେବେ ଏ କ୍ଷେତ୍ରରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  । 
    ନିରାକରଣ
    ଏଡ଼୍ସ ଡ଼ର ସଭିଙ୍କୁ  । ଗର୍ଭସ୍ଥ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ  । ମଙ୍ଗଳରେ କୋବି ଚାଷ କରିବାକୁ ସ୍ୱପ୍ନ ଦେଖୁଥିବା ବୈଜ୍ଞାନିକମାନେ ମଧ୍ୟ ଏଡ଼୍ସ ନିରାକରଣ ପାଇଁ ଏ ଯାଏଁ ମେଡ଼ିସିନ୍ ଆବିଷ୍କାର କରିବାରେ ସଫଳତା ପାଇପାରିନାହାଁନ୍ତି  । ଗତ ଦୁଇ ଦଶନ୍ଧି ଧରି ଏହା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଥିଲେ ମଧ୍ୟ ବ୍ୟାପକ ସଚେତନତା ଯୋଗୁଁ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି  ।
    ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଜାତୀୟ ଏଡ଼୍ସ ନିୟନ୍ତ୍ରଣ ସଂଗଠନ (ନାକୋ) ଏବଂ ଓଡ଼ିଶା ରାଜ୍ୟ ଏଡ଼୍ସ ନିୟନ୍ତ୍ରଣ ସଂଗଠନ (ଓସାକ୍) ଭଳି ସରକାରୀ ଅନୁଷ୍ଠାନ ଓ ବେସରକାରୀ ସଂଗଠନର ମିଳିତ କାର୍ଯ୍ୟକ୍ରମ ଯୋଗୁଁ ଭୟ ଉଦ୍ରେକକାରୀ ଏଡ଼୍ସ କବଳରୁ ମାନବ ସମାଜକୁ ମୁକ୍ତ ରଖାଯାଇପାରିଛି  । ପ୍ରାରମ୍ଭିକ ସ୍ତରରେ ଏଡ଼୍ସ ସଚେତନତା ମହିଳା ଏବଂ ପୁରୁଷ ଯୌନ କର୍ମୀ, ଟ୍ରକ ଡ୍ରାଇଭର ଓ କିନ୍ନରମାନଙ୍କୁ ସଚେତନତା ସୃଷ୍ଟି କରିବାରେ ସଫଳତା ମିଳିଥିଲେ ମଧ୍ୟ ଏବେ ବି ଏଡ଼୍ସର ପ୍ରାଦୁର୍ଭାବରେ ହ୍ରାସ ପରିଲକ୍ଷିତ ହୋଇନାହିଁ  । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଶେଷ କରି କିଶୋର ଓ ନିଶାସକ୍ତ ଯୁବକମାନେ ଏବେ ଏଡ଼୍ସ ଫାଶରେ ପଡ଼ିଥିବା ଦେଖିବାକୁ ମିଳିଛି  । ଯାହାକୁ ଆଖି ଆଗରେ ରଖି କିଶୋରଙ୍କୁ ଏ ନେଇ ସଚେତନତା କରିବା ଦିଗରେ "ହୁ' ଗୁରୁତ୍ୱାରୋପ କରିଛି  ।
    ବଣ୍ଟର୍ତମାନ ଏଡ଼୍ସ ନିରାକରଣର ମୁଖ୍ୟ ଲକ୍ଷ୍ୟ ହେଉଛି ଆଉ ଜଣଙ୍କୁ ବି ଏଡ଼୍ସ ଆକ୍ରାନ୍ତ ହେବାକୁ ଦିଆଯିବ ନାହିଁ  । କୌଣସି ଏଡ଼୍ସ ଆକ୍ରାନ୍ତଙ୍କୁ ଭେଦଭାବର ଶିକାର ହେବାକୁ ଦିଆଯିବା ନାହିଁ କି ଏଡ଼୍ସ ଆକ୍ରାନ୍ତଙ୍କୁ ମରିବାକୁ ଦିଆଯିବ ନାହିଁ  । ତେବେ ଚଳିତ ବର୍ଷ ବିଶ୍ୱ ଏଡ଼୍ସ ଦିବସ ଅବସରରେ କିଶୋରମାନଙ୍କୁ ସଚେତନତା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି  । "ହୁ'ର ତଥ୍ୟ ଅନୁଯାୟୀ ବିଶ୍ୱରେ ବଣ୍ଟର୍ତମାନ ପ୍ରାୟ ୪ କୋଟି ଲୋକ ଏଚଆଇଭି ଏଡ଼୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି  । ସେଥିମଧ୍ୟରୁ ୨୧ ଲକ୍ଷ କିଶୋର ଏଡ଼୍ସରେ ଆକ୍ରାନ୍ତ  । ଅଳ୍ପ କିଛି ମାତୃଗର୍ଭରୁ ଏଡ଼୍ସର ଶିକାର ହୋଇଥିବାବେଳେ ଅଧିକାଂଶ କିନ୍ତୁ ପରବଣ୍ଟର୍ତୀ ସମୟରେ ବିଭିନ୍ନ କାରକ ଯୋଗୁଁ ଏଡ଼୍ସ ପଞ୍ଝାରେ ପଡ଼ିଯାଇଛନ୍ତି  । ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ, ଡ୍ରଗ୍ ବ୍ୟବହାର ପାଇଁ ଏଭଳି ବିପଦ ଭିତରକୁ କିଶୋରମାନେ ଠେଲି ହୋଇଯାଉଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି  । ନିକଟରେ ରାଜ୍ୟ ସରକାରଙ୍କ ବିଧାନସଭାରେ ପ୍ରଦଣ୍ଟତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୩୩୫୧୫ଜଣ ଏଡ଼୍ସ ରୋଗୀ ଚିହ୍ନଟ ହୋଇଛନ୍ତି  । ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ୧୪ରେ ରହିଛି  । ସର୍ବାଧିକ ଏଡ଼୍ସ ଆକ୍ରାନ୍ତ ରୋଗୀ ଗଞ୍ଜାମ ଜିଲ୍ଲାରେ ରହିଥିବା ବେଳେ ତାହା ପଛକୁ କଟକ ଓ ପରବଣ୍ଟର୍ତୀ କ୍ରମାନ୍ୱୟରେ କୋରାପୁଟ, ସମ୍ବଲପୁର, ଖୋର୍ଦ୍ଧା, ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲା ରହିଛି  । ସେହିପରି ସର୍ବଭାରତୀୟ ସ୍ତରରେ ଏଡ଼୍ସ ରୋଗରେ ସବୁଠୁ ଆଗରେ ରହିଛି ନାଗାଲାଣ୍ଡ ଓ ସବୁଠାରୁ କମ୍ ସ୍ଥାନରେ ରହିଛି କେରଳ  । ୨୦୧୨ ସର୍ବେକ୍ଷଣ ଅନୁଯାୟୀ ସମଗ୍ର ଭାରତରେ ୧୦ ହଜାର ବ୍ୟକ୍ତିଙ୍କ ମଧ୍ୟରେ ୩୫ ଜଣ ଏଡ଼ସ୍ ସଂକ୍ରମିତ ହୋଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ହେଉଛି ୩୧  ।
    ୧୦ରୁ ୧୯ ବର୍ଷର କିଶୋରମାନଙ୍କ ମଧ୍ୟରେ ଏଡ଼୍ସ ସଚେତନତାର ଅଭାବ, ରୋଗର ନିଦାନ ଓ ନିରାକରଣ ଦିଗରେ ଉପଯୁକ୍ତ ପରାମର୍ଶ ଦିଆଯାଇପାରୁନଥିବାରୁ କିଶୋରମାନେ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛନ୍ତି  । ଯେଉଁଥିପାଇଁ ଏଡ଼୍ସ ଆକ୍ରାନ୍ତ କିଶୋରମାନଙ୍କ ମଧ୍ୟରୁ ମୃତୁ୍ୟବରଣ କରୁଥିବା କିଶୋରଙ୍କ ସଂଖ୍ୟାରେ ୫୦% ବୃଦ୍ଧି ପରିଲକ୍ଷିତ ହୋଇଥିଲା  । କିନ୍ତୁ ଧୀରେ ଧୀରେ ଏ ନେଇ ସଚେତନତା ସୃଷ୍ଟି କରାଯାଇଥିବାରୁ ଏହା ଏବେ ୩୦%କୁ ହ୍ରାସ ପାଇଛି  । ତେବେ ଏହି ମୃତୁ୍ୟସଂଖ୍ୟାକୁ ଶୂନ୍ୟକୁ ଆଣିବା ପାଇଁ ବିଶେଷ ସଚେତନତାର ଆବଶ୍ୟକତା ରହିଛି ବୋଲି ହୁ ପକ୍ଷରୁ କୁହାଯାଇଛି  । ଯେଉଁ କିଶୋରୀ ଝିଅ ଓ ପୁଅମାନେ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ଆଶଙ୍କା ବେଶ୍ ବୃଦ୍ଧିପାଇଛି  । ଖାଲି ସେତିକି ନୁହେଁ, କିଶୋର ଓ କିଶୋରୀମାନେ ସ୍ୱେଚ୍ଛାକୃତ ଭାବେ ଏଚ୍ଆଇଭି ଏଡ଼୍ସ ପରୀକ୍ଷା ପାଇଁ ଚାହୁଁଥିଲେ ମଧ୍ୟ ସମାଜରେ ଏ ନେଇ ପ୍ରତିକୂଳ ଧାରଣା ସୃଷ୍ଟି ହେବାର ଆଶଙ୍କା କାରଣରୁ ସେମାନେ ପରୀକ୍ଷାର କରିପାରୁନାହାଁନ୍ତି  । ତେଣୁ ନିଦାନ ଓ ଔଷଧ ସେବନ ଅଭାବରୁ ମୃତୁ୍ୟମୁଖରେ ପଡ଼ୁଥିବା ଦେଖିବାକୁ ମିଳୁଛି ବୋଲି ୟୁନିସେଫ୍ ପ୍ରକାଶ କରିଛି  । ସେହିପରି ଡ୍ରଗ୍ସ୍ ବ୍ୟବହାରକାରୀମାନେ ଅଶୋଧିତ ଛୁଞ୍ଚôରେ ସାଙ୍ଗମାନଙ୍କ ମଧ୍ୟରେ ନିଶା ସେବନ କରୁଥିବାରୁ ଏଡ଼୍ସର ଆଶଙ୍କା ବହୁ ଗୁଣ ବୃଦ୍ଧିପାଇଛି  । 
    ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏଡ଼ସ୍ର ମୁକାବିଲା ପାଇଁ ବ୍ୟାପକ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ବିନା ସରକାରୀ ସହାୟତା ବା କୌଣସି ସଂଗଠନର ସାହାଯ୍ୟ ନନେଇ ବିଭିନ୍ନ ଅନୁଷ୍ଠାନ ବର୍ଷର ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ହାତକୁ ନେଉଛି  । ଆମ ସମାଜରେ ସମସ୍ତଙ୍କ ଭିତରେ ଏକ ମିଳିତ ଉଣ୍ଟତରଦାୟିତ୍ୱ ଭାବେ ବିଚାର କଲେ ସମାଜରୁ ଏଡ଼ସ୍ ରାକ୍ଷାସର ମୂଳୋପôାଟନ ସମ୍ଭବ ହୋଇପାରିବ  ।
     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook