Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ପୁଣି ଗିରଫ

    Share on :
    Date: Jan 6, 2018    Views: 730

    ଭୁବନେଶ୍ୱର : ଜାମିନରେ ଆସିବାର ଦିନକ ପରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଗିରଫ କରାଯାଇଛି  । ଢେଙ୍କାନାଳ ସଦର ଥାନାରେ ତାଙ୍କ ନାମରେ ୩ଟି ଚିଟଫଣ୍ଡ ମାମଲା ରହିଥିଲା  । ତାହାକୁ ଭିତି କରି ଆଜି ସକାଳୁ ସକାଳୁ ପ୍ରଶାନ୍ତଙ୍କ ଝାରପଡ଼ା ବାସଭବନରେ ଢେଙ୍କାନାଳ ପୁଲିସ ତାଙ୍କୁ ଗିରଫ କରିଛି ବୋଲି ଢେଙ୍କାନାଳ ଏସପି ବସନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି  । ଏହି ମାମଲାଗୁଡ଼ିକ ୨୦୧୪ର ବୋଲି ଜାଣିବାକୁ ମିଳିଛି  ।


    ସୂଚନାଯୋଗ୍ୟଯେ, ୨୦୧୩ ଜୁନ୍ ୨୦ରେ ସିସୋର ଚିଟଫଣ୍ଡ ଠକେଇ ଅଭିଯୋଗରେ ତାଙ୍କୁ କ୍ରାଇମବ୍ରାଂଚ ଗିରଫ କରିଥିଲା  । ତାଙ୍କ ଠାରୁ ତଥ୍ୟ ହାସଲ ପାଇଁ ସିବିଆଇ ଓ ପ୍ରବର୍ତନ ନିଦେ୍ର୍ଧଶାଳୟ ମଧ୍ୟ ଘନଘନ ଜେରା କରିଥିଲା  । ସିସୋର ସହ ବହୁ ନେତା ଓ ପ୍ରଶାସକଙ୍କର ସମ୍ପର୍କ ରହିଥିବା ନେଇ ସିବିଆଇ କିଛି ପ୍ରମାଣ ପାଇଥିବାବେଳେ ଅନେକଙ୍କୁ ଗିରଫ ମଧ୍ୟ କରିଥିଲା  । ନିକଟରେ ପ୍ରଶାନ୍ତଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ  । ୮ଟି ମାମଲାରେ ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ଗତ ଜାନୁଆରୀ ୫ରେ ସେ ଝାରପଡ଼ାରୁ ବାହାରିଥିଲେ  ।


    ଜେଲରୁ ବାହାରିବା ପରେ ପ୍ରଶାନ୍ତ କହିଥିଲେଯେ, ସିସୋର ଦ୍ୱାରା କୌଣସି ଜମାକାରୀ ଠକେଇର ଶିକାର ହୋଇନାହାନ୍ତି  । କୌଣସି ଲୋକ ମୋ ଦ୍ୱାରା ଠକେଇ ହୋଇନାହାନ୍ତି  । ସମସ୍ତ ଜମାକାରୀଙ୍କୁ ଟଙ୍କା ମିଳିବ ବୋଲି କହିଛନ୍ତି ସିସୋର ସିଏମଡ଼ି ପ୍ରଶାନ୍ତ ଦାସ  । ସେ କହିଛନ୍ତିଯେ, ତାଙ୍କର କୌଣସି ରାଜନୈତିକ ଲିଙ୍କ ନାହିଁ  । ତେବେ ମେ’ ୨୯ ମିଡ଼ନାଇଟ ଅପରେସନ ପରେ ସିସୋରକୁ ସୁନାମୀ ଆସିଥିଲା  । ସେହିପରି ଶୁଭଙ୍କର କିଏ ସେ ତାହାକୁ ଜାଣନ୍ତି ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook