Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜଗାକୁ ବି ଠକିଦେଲେ କୋଠଭୋଗ ସୁଆର

    Date: Jan 6, 2018    Views: 439

    ପୁରୀ : ପୁରୀ ଶ୍ରୀମନ୍ଦିରର କେତେକ ସୁଆରଙ୍କୁ ଟଙ୍କା ଲୋଭ ଏମିତି ଘାରିଛିଯେ, ଖାଲି ଭକ୍ତଙ୍କୁ ନୁହେଁ ଜଗାକୁ ବି ଠକି ଦେଉଥିବା ଦେଖିବାକୁ ମିଳିଛି  । ତେବେ ଭକ୍ତ ଭାବରେ ବନ୍ଧା ଜଗା କିନ୍ତୁ ସୁଆରଙ୍କ ଏଭଳି କାର୍ଯ୍ୟକୁ ସହିପାରିନାହିଁ  । ଫଳରେ ଲୁଚେଇକି ମଣୋହି ହୋଇନଥିବା ମହାପ୍ରସାଦ ବିକ୍ରି କରୁଥିବା ସୁଆରକୁ ଏବେ ଶ୍ରୀମନ୍ଦିରରୁ ବାସନ୍ଦ କରାଯାଇଛି  ।


    ଘଟଣାଟି ଏମିତି  । ଗୁରୁବାର କୋଠଭୋଗ ସୁଆର ଗଦୁ ଦୀକ୍ଷିତଙ୍କ ପାଳି ଥିଲା  । କୋଠଭୋଗ ପାଇଁ ସୁଭଦ୍ରାଙ୍କ ବାଡ଼ରେ ବିଡ଼ୁଆ ଥାଳି ବଢ଼ାଯାଇଥିଲା  । ସବୁ ଭୋଗ ବଢ଼ାଯାଇଥିବାବେଳେ କେବଳ ଡାଲି ଆସିବାକୁ ବାକି ଥିଲା  । ତରବରରେ ଗଦୁ ଏହି ଡାଲି ନେଇ ଆସିବା ବେଳକୁ ଟେରା ପଡ଼ି ଯାଇଥିଲା  । ଏଣୁ ଏହା ମହାପ୍ରଭୁଙ୍କୁ ଲାଗି ହୋଇପାରିନଥିଲା  । ମଣୋହୀ ହୋଇନଥିଲେ ସେହି ପ୍ରସାଦ ବିକ୍ରି କରାଯାଏ ନାହିଁ ବା ପରଷା ଯାଏ ନାହିଁ  । ସେହି ଭୋଗ ପୋତାଯିବାର ନିୟମ ରହିଛି । ହେଲେ ଲୋଭି ଗଦୁ ଡାଲିକୁ ନବିକି ସିଧା ଆନନ୍ଦବଜାରକୁ ନେଇ ଯାଇଥିଲେ  । ସେଠାରେ ତାହା ବିକ୍ରି କରିଦେଇଥିଲେ  । ତେବେ ଗଦୁଙ୍କ ଡାଲି ଅମୁଣିଆ ହୋଇଥିବା ଜଣାପଡ଼ିବା ପରେ ତାହାକୁ ପୋତା ଯିବା ପାଇଁ ଖୋଜା ପଡ଼ିଥିଲା  । କିନ୍ତୁ ତାହା ମିଳିନଥିଲା  । ଖୋଜାଖୋଜି ପରେ ଆନନ୍ଦବଜାର ସୁପରଭାଇଜର ଓ କମାଣ୍ଡର ଉକ୍ତ ଡାଲି ବିକ୍ରି ହେଉଥିବା ଦେଖିବାକୁ ପାଇଥିଲେ  । ପରେ ସୁଆର ମହାସୁଆର ନିଯୋଗର ଏକ ବୈଠକ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ବସିଥିଲା  । ବୈଠକରେ ସତ୍ୟାସତ୍ୟ ପଦାକୁ ଆସିବା ପରେ ଗଦୁଙ୍କୁ ବାସନ୍ଦ କରାଯାଇଥିଲା  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook