Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଡାକ୍ତରଙ୍କ ଦାଦାଗିରି : ପ୍ରେସକି୍ରପସନ ଚିରିଲେ, ରୋଗୀକୁ ଦଳିଲେ

    Share on :
    Date: Jan 5, 2018    Views: 170

    କଟକରୁ ସତ୍ୟଜିତ୍ ରାୟ : ମିଡ଼ିଆ ପ୍ରବେଶ କଲେ ସ୍ୱାସ୍ଥ୍ୟସେବାରେ ବାଧା ଉପୁଜୁଛି  । ଡାକ୍ତରମାନେ ଠିକ୍ରେ କାମ କରିପାରୁନାହାନ୍ତି  । ଯେଉଁଥିପାଇଁ ବଡ଼ ମେଡ଼ିକାଲକୁ ମିଡ଼ିଆ ପ୍ରବେଶ ଉପରେ କଟକଣା ଲାଗିଛି  । ହେଲେ ଏହି ବଡ଼ ମେଡ଼ିକାଲ ଡାକ୍ତରଙ୍କ ଛୋଟ ହୃଦୟକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି  । ସାମାନ୍ୟ ଘଟଣାରେ ଉତେଜିତ ହୋଇ ଡାକ୍ତର ଜଣଙ୍କ ରୋଗୀଙ୍କ ପ୍ରେସକ୍ରିପସନ ଚିରିଦେବା ସହ ରୋଗୀଙ୍କୁ ତଳେ ପକାଇ ଦଳିଦେବା ଭଳି ସଂଗୀନ ଅଭିଯୋଗ ଆସିଛି ।


    ମିଳିଥିବା ସୂଚନାନୁଯାୟୀ,  ବରଗଡ଼ ସୋହେଲାର ଲକ୍ଷ୍ମଣ ଦୀପ ନାମକ ଜନୈକ ରୋଗୀ କିଡ଼ନୀ ରୋଗର ଚିକିତ୍ସା ପାଇଁ ବଡ଼ ମେଡ଼ିକାଲ ଆସିଥିଲେ  । ତାଙ୍କର ଔଷଧ ସରିଯାଇଥିବାବେଳେ ରୋଗ ଭଲ ହେଉନାହିଁ ବୋଲି ଡାକ୍ତରଙ୍କୁ କହିଥିଲେ  । ହେଲେ ଡାକ୍ତର ଚିତରଂଜନ କର ରୋଗୀଙ୍କ ପ୍ରେସକ୍ରିପସନ ଚିରିଦେବା ସହ ତାଙ୍କୁ ଚାପୁଡ଼ା ମାରିଥିଲେ  । ଫଳରେ ରୋଗୀ ଜଣଙ୍କ ତଳେ ପଡ଼ିଯାଇଥିଲେ  । ଏନେଇ ସଂପୃକ୍ତ ରୋଗୀ ଜଣଙ୍କ ମେଡ଼ିକାଲ ଅଧିକ୍ଷକଙ୍କ ନିକଟରେ ଫେରାଦ ହୋଇଥିଲେ  । ରୋଗୀଙ୍କ ପ୍ରତି ଡାକ୍ତରଙ୍କ ଏଭଳି ବ୍ୟବହାରକୁ ନେଇ ମେଡ଼ିକାଲ ପରିସରରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା  । ତେବେ ପରେ ମେଡ଼ିକାଲ ଅଧିକ୍ଷକ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା କରିବାରେ ସଫଳ ହୋଇଥିଲେ  ।


    ଅପରପକ୍ଷରେ ଏନେଇ ଡାକ୍ତର ଶ୍ରୀଯୁକ୍ତ କର କହିଛନ୍ତିଯେ, ରୋଗୀ ଜଣଙ୍କ ତାଙ୍କୁ ବାରବାର ଗୋଟିଏ କଥା କହିବାରୁ ସେ ବିରକ୍ତ ହୋଇ ଉତକ୍ଷିପ୍ତ ହୋଇଯାଇଥିଲେ ବୋଲି କହିଛନ୍ତି  ।

    Maximum 500 characters

    ଆଂଚଳିକ View all

    Find Us on Facebook