Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଝାରପଡ଼ା ଜେଲ୍ରୁ ମୁକୁଳିଲେ ପ୍ରଶାନ୍ତ ଦାସ

    Share on :
    Date: Jan 5, 2018    Views: 391

    ଭୁବନେଶ୍ୱର : ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି ସିସୋର ଚିଟ୍ଫଣ୍ଡ ମୁଖ୍ୟ ପ୍ରଶାନ୍ତ ଦାସ  । ୮ଟି ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ସେ ଜେଲ୍ରୁ ବାହାରକୁ ଆସିଛନ୍ତି । ସି’ସୋର ଚିଟ୍ଫଣ୍ଡ କମ୍ପାନୀ ନାମରେ ସେ ପ୍ରାୟ ୫୦୦ କୋଟି ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା  । ଗତ ଅଗଷ୍ଟରେ ହାଇକୋର୍ଟ ତାଙ୍କୁ ଏକ ମାମଲାରେ ଜାମିନ୍ ଦେଇଥିଲେ  ।


    ସୂଚନାଯୋଗ୍ୟଯେ, ୨୦୧୩ ଜୁନ୍ ୨୦ରେ ମୁମ୍ବାଇରୁ ସିଆଇଡ଼ି କ୍ରାଇମବ୍ରାଂଚ ପ୍ରଶାନ୍ତଙ୍କୁ ଗିରଫ କରିଥିଲା  । ପରେ ଏହି ମାମଲାର ସିବିଆଇ ତଦନ୍ତ କରିବାରୁ ପ୍ରଶାନ୍ତଙ୍କୁ ସିବିଆଇ ମଧ୍ୟ ଜେରା କରିଥିଲା  । ସେହିପରି ପ୍ରବର୍ତନ ନିଦେ୍ର୍ଧଶାଳୟ ମଧ୍ୟ ପ୍ରଶାନ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା  । ଗତ ଅଗଷ୍ଟରେ ପ୍ରଶାନ୍ତଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ  । ପ୍ରଶାନ୍ତ ଦାସ ନିଜର ପାସପୋର୍ଟ ସରେଣ୍ଡର କରିବା ସହ ରାଜ୍ୟ ବାହାରକୁ ଗଲେ ଅନୁମତି ନେବାକୁ ପଡ଼ିବ  । କେଉଁ ସ୍ଥାନକୁ କେବେ ଯିବେ, କ’ଣ ପାଇଁ ଯାଉଛନ୍ତି ଆଦି ସମ୍ପର୍କରେ ସେ ତଦନ୍ତକାରୀ ଅଫିସରଙ୍କୁ ତଥ୍ୟ ଦେବାକୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook