Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏମଏସପି ପାଇଁ ୧୨ ଜିଲ୍ଲାରେ ୮ରୁ ୧୭ ଆନେ୍ଦାଳନ କରିବ ବିଜେଡି

    Share on :
    Date: Jan 4, 2018    Views: 242

    ଭୁବନେଶ୍ୱର  : ମରୁଡ଼ି, ଚକଡ଼ା ପୋକ ଓ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି  । ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି  । ହେଲେ ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି  । ୧୪ ରାଜ୍ୟର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କେନ୍ଦ୍ର ସରକାର କହୁଥିବାବେଳେ ଓଡ଼ିଶା ବିଷୟରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରୁୁଛନ୍ତି  । ସେହିପରି ଏମଏସପିକୁ ନେଇ କେନ୍ଦ୍ର ସରକାର ଆଉ ପୁନର୍ବିଚାର କରିବେ ନାହିଁ ବୋଲି ରୋକଠୋକ ଭାବେ କହିଦେଇଛନ୍ତି  । ବିଜେପି ସରକାର ଓଡ଼ିଶା ପ୍ରତି ଅବିଚାର କରିଛି  । ଓଡ଼ିଶାର ଚାଷୀକୂଳକୁ ଧୋକା ଦେଇଛି  । ଏହାର ପ୍ରତିବାଦରେ ବିଜେଡ଼ି ଆନେ୍ଦାଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି  । ଆସନ୍ତା ୮ରୁ ୧୭ ମଧ୍ୟରେ ୧୨ ଜିଲ୍ଲାରେ ବିଜେଡ଼ି ଏମଏସପି ବୃଦ୍ଧି ନେଇ ଆନେ୍ଦାଳନ କରିବ ବୋଲି ଦଳୀୟ ମୁଖପାତ୍ରମାନେ ପ୍ରକାଶ କରିଛନ୍ତି  । 


    ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ବରିଷ୍ଠ ବିଜେଡ଼ି ନେତା ସଂଜୟ କୁମାର ଦାସବର୍ମା, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ମୁଖପାତ୍ର ସସ୍ମିତ ପାତ୍ର ସମ୍ବୋଧିତ କରିଥିଲେ  । ଏହି ପ୍ରସଙ୍ଗରେ ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ୨୦୧୭-୧୮ ବର୍ଷ ପାଇଁ ସିଏସିପି ଆଧାରରେ କେନ୍ଦ୍ର କୃଷି ମନ୍ତ୍ରାଳୟ ଧାନ ପାଇଁ କୁଇଂଟାଲ ପିଛା ସର୍ବନିମ୍ନ ୧୫୫୦ ଟଙ୍କା ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି  । ଯାହାକୁ ବିଜେଡ଼ି ଗ୍ରହଣ କରିପାରୁନାହିଁ  । କେନ୍ଦ୍ର ସରକାରଙ୍କର ଏଭଳି ଓଡ଼ିଶା କୃଷକ ବିରୋଧୀ ନିଷ୍ପତି ବିରୋଧରେ ଚଳିତ ମାସ ୮ରୁ ୧୭ ପର୍ଯ୍ୟନ୍ତ ୧୦ଦିନ ବ୍ୟାପୀ ସର୍ବାଧିକ ଧାନ ସଂଗ୍ରହକାରୀ ୧୨ ଜିଲ୍ଲା ଯଥା, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେଓଗଡ଼, କଳାହାଣ୍ଡି, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ସମସ୍ତ ବ୍ଲକରେ ପର୍ଯ୍ୟାୟକ୍ରମେ ବିକ୍ଷୋଭ ଧାରଣା କରାଯିବ  । ସେହିପରି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବ । 

    Maximum 500 characters

    ରାଜନୀତି View all

    Find Us on Facebook