Jun 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଶିକ୍ଷୟିତ୍ରୀଙ୍କୁ ବୀଭତ୍ସ ହତ୍ୟା

    Share on :
    Date: Jan 4, 2018    Views: 262

    ଖୋର୍ଦ୍ଧାରୁ ପ୍ରଦୀପ ପ୍ରଧାନ : ଜନୈକା ଶିକ୍ଷୟିତ୍ରୀଙ୍କୁ କେହି ଦୁର୍ବୃତ ବୀଭତ୍ସ ଭାବେ ହତ୍ୟା କରିଛି  । ସ୍କୁଲରୁ ଘରକୁ ଫେରୁଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି  । ହତ୍ୟାର ଶିକାର ହୋଇଥିବା ଶିକ୍ଷୟିତ୍ରୀଙ୍କ ନାମ ଅଂଜଳୀ ଦେହୁରୀ ହୋଇଥିବାବେଳେ ସେ ହରିପୁର ମା’ ଉଗ୍ରତାରା ପ୍ରାଥମିକ ସ୍କୁଲରେ ପାଠ ପଢ଼ାଉଥିଲେ  । ତେବେ ଆଜି ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ସେ ସବୁଦିନ ଭଳି ଘରକୁ ଫେରୁଥିଲେ  । ତେବେ ବଡ଼ପୋଖରୀଆ ନିକଟରେ ପୂର୍ବରୁ ତାଙ୍କୁ ଛକି ରହିଥିବା ଦୁର୍ବୃତମାନେ ବିଲକୁ ଟେକି ନେଇ ପିଟିପିଟି ହତ୍ୟା କରିଥିଲେ  । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ  । ଘଟଣାସ୍ଥଳରେ ନିରାକାରପୁର ପୁଲିସ ପହଁଚି ତଦନ୍ତ ଜାରି ରଖିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook