Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପୁର ଉପନିର୍ବାଚନ: ବିଷାରଦଙ୍କ ମତ ଲୋଡ଼ାଯାଇଛି

    Share on :
    Date: Jan 4, 2018    Views: 122

    ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି । ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ  ନେଇ ଆଜି ପ୍ରତିକି୍ରୟା ରଖିଛନ୍ତି ସିଇସିଙ୍କ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ । ଗଣମାଧ୍ୟମ ସେ କହିଛନ୍ତି ଯେ ନିର୍ବାଚନ ତାରିଖ ଘୋଷଣା ନେଇ ବିଷାରଦଙ୍କ ମତ ଲୋଡ଼ାଯାଇଛି । ନିର୍ବାଚନକୁ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ନିମନ୍ତେ ନିର୍ବାଚନ କମିଶନର ପ୍ରତିଶ୍ରୁତି ବଦ୍ଧ । ରାଜ୍ୟ ନିର୍ବାଚନ କମିଶନ ଏ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ । ତେବେ ନିର୍ବାଚନ ପୂର୍ବରୁ ଅନେକ ପ୍ରସଙ୍ଗରେ ଧ୍ୟାନ ଦିଆଯାଏ । ପରୀକ୍ଷା ଓ ପାଣିପାଗକୁ ମଧ୍ୟ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ଘୋଷଣା ବିଚାରକୁ ନିଆଯାଏ ।  ସରକାର ଏବଂ ଆଇନଶୃଙ୍ଖଳା ଅଧିକାରୀଙ୍କୁ ଭରସାକୁ ନେବାକୁ ପଡେ଼ । ଆହୁରି ମଧ୍ୟ ମଧ୍ୟ କହିଛନ୍ତି ଯେ ବିଜେପୁର ଦ୍ୱନ୍ଦ୍ୱ ନେଇ  ବିଷାରଦଙ୍କ ମତ ଲୋଡ଼ାଯାଇଛି । ତେଣୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି । 

    Maximum 500 characters

    ରାଜନୀତି View all

    Find Us on Facebook