Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କେବେ ଖୋଲିବ ଭାଗିରଥିଙ୍କ ଭାଗ୍ୟ

    Share on :
    Date: Jan 4, 2018    Views: 157

    ଜଗତସିଂହପୁରରୁ ସୌମ୍ୟଜିତ ପଟ୍ଟନାୟକ : ୨୦୧୯ ସୁଦ୍ଧା ସବୁ ଚାଳ ଘର ହେବ କୋଠାଘର  । ନବୀନ ସରକାର ଓ ବିଜୁ ଜନତା ଦଳ ପକ୍ଷରୁ ଏନେଇ ଜୋରଦାର ପ୍ରଚାର କରାଯାଉଛି  । ଅପରପକ୍ଷରେ କେନ୍ଦ୍ର ସରକାର ଗୃହ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ବୋଲି ବିଜେପି ପକ୍ଷରୁ ପ୍ରଚାରିତ ହେଉଛି  । ତେବେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ନେତାଙ୍କ ଟାଳଟୁଳ ନୀତି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଥିବା ଦେଖିବାକୁ ମିଳୁଛି  ।


    ତିର୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ଗ୍ରାମପଂଚାୟତ ଅନ୍ତର୍ଗତ ପଂଟେଇ ଗ୍ରାମର ଭାଗିରଥି ମଲ୍ଲିକ ନୂଆଣିଆ ଚାଳଛପର ଓ ଦଦରା କାନ୍ଥ ଭରସାରେ ବସବାସ କରୁଥିଲେ ବି ପ୍ରଶାସନର ସୁଦୃଷ୍ଟି ଏଯାଏଁ ତାଙ୍କ ଉପରେ ପଡ଼ିନାହିଁ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉକି ବିଜୁ ପକ୍କାଘର ଯୋଜନା ପ୍ରଥମେ ଏସସି ଏସଟି ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବାର ନିୟମ ରହିଛି  । ତେବେ ଭାଗିରଥି ଅନୁସୂଚିତ ଜାତି ବର୍ଗର  । ହେଲେ ତିନି ବର୍ଷ ଧରି ଘରେ ଖଣ୍ଡେ ପାଇବାକୁ ଗୁହାରୀ କଲେ ବି ତାଙ୍କୁ ଘର ଖଣ୍ଡେ ମିଳିପାରିନାହିଁ  । ଏବେ ଭାଗିରଥି ତାଙ୍କ ପନôୀ, ମାଆ ଓ ଝିଅକୁ ନେଇ ଦଦରା ଚାଳଘରେ ରହୁଛନ୍ତି  । କେବେ ତାଙ୍କର ଭାଗ୍ୟ ଫିଟିବ ଓ ତାଙ୍କୁ ଛାତ ଘର ଖଣ୍ଡେ ମିଳିବ ସେଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook