Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଗ୍ରୀଡ୍କୋକୁ ସ୍କଚ୍ ରୌପ୍ୟ ସମ୍ମାନ

    Share on :
    Date: Jan 3, 2018    Views: 221

    ଗ୍ରୀଡ୍କୋକୁ ସ୍କଚ୍ ରୌପ୍ୟ ସମ୍ମାନ
    ଭୁବନେଶ୍ୱର: ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନକାରୀ ସଂସ୍ଥା ‘ସ୍କଚ୍’ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରୀଡ୍କୋ କମ୍ପାନୀକୁ ମିଳିଛି ‘ସ୍କଚ୍ ରୌପ’ ସମ୍ମାନ । କମ୍ପାନୀର ନିଦେ୍ର୍ଧଶକ (ଅର୍ଥ) ବିଭୂପ୍ରସାଦ ମହାପାତ୍ର ପଞ୍ଚଦଶ ଅର୍ଥ କମିଶନ ଏନ୍.କେ. ସିଂହଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟର ବିଦୁ୍ୟତ୍ ବିତରଣ ସଂସ୍ଥାମାନଙ୍କର ରାଜସ୍ୱ ଆଦାୟରେ ବୃଦ୍ଧି ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ ଗ୍ରୀଡ୍କୋକୁ ଏହି ପୁରସ୍କାର ମିଳିଛି । ଏହି ସଫଳତା ପାଇଁ ରାଜ୍ୟ ଶକ୍ତି ବିଭାଗ ଶାସନ ସଚିବ ତଥା ଗ୍ରୀଡ୍କୋ ଓ ଓପିଟିସିଏଲ୍ର ଗ୍ରୀଡ୍କୋ ସିଏମ୍ଡି ହେମନ୍ତ କୁମାର ଶର୍ମା ଗ୍ରୀଡ୍କୋର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅଭିନବ ପ୍ରକଳ୍ପ ରାଜ୍ୟ ଶକ୍ତି କ୍ଷେତ୍ରରେ ଥିବା ଆର୍ଥିକ ଓ ବୈଷୟିକ କ୍ଷତିକୁ ହ୍ରାସ କରିବାକୁ ଅତ୍ୟନ୍ତ ସହାୟକ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି । ସେହିପରି ଗ୍ରୀଡ୍କୋର ଏହି ପ୍ରକଳ୍ପ ଦେଶର ସର୍ବଶ୍ରେଷ୍ଠ ୩୦ଟି ପ୍ରକଳ୍ପ ମଧ୍ୟରେ ସ୍ଥାନ ପାଇଛି । ନେସ୍କୋ, ୱେସ୍କୋ ଏବଂ ସାଉଥକୋ ଅଂଚଳର ଶତ ପ୍ରତିଶତ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook