Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଜେଏସ୍ପିଏଲ୍କୁ ଓଡ଼ିଶା ଇଙ୍କ ସିଏସ୍ଆର ଲିଡରସିପ୍ ସମ୍ମାନ

    Share on :
    Date: Jan 3, 2018    Views: 167


    ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ ଜେଏସ୍ପିଏଲ୍କୁ ମିଳିଛି ଓଡ଼ିଶା ଇଙ୍କ ସିଏସ୍ଆର ଲିଡରସିପ୍ ସମ୍ମାନ । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର) କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେଏସ୍ପିଏଲ୍ କମ୍ପାନୀକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର ସମାରୋହରେ ଖ୍ୟାତନାମା ସାମ୍ବାଦିକ ବିନୋଦ ଦୁଆ, ପ୍ରତିଷ୍ଠିତ କବି ଓ ଲେଖକ କେ ଏନ୍ ଚାରୁୱାଲାଙ୍କ ଠାରୁ ଜେଏସ୍ପିଏଲ୍ ଗ୍ରୁପ୍ ସିଏସ୍ଆର ମୁଖ୍ୟ ପ୍ରଶାନ୍ତ କୁମାର ହୋତା ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀ ହୋତା କହିଥିଲେ ଯେ, ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମାର୍ଗଦର୍ଶନ ଆଧାରରେ ସ୍ଥାନୀୟ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ଚେଷ୍ଟା କରୁଛି । ସାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସ୍ପିଏଲ୍ ଫାଉଣ୍ଡେସନ କାରଖାନା ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ୮୦ଟି ଗ୍ରାମରେ ସ୍ଥାନୀୟ ପ୍ରଶାସନ ତଥା ଲୋକମାନଙ୍କ ସହଯୋଗରେ ଜେଏସ୍ପିଏଲ୍ ପକ୍ଷରୁ ବିଭିନ୍ନ ସାମାଜିକ, ଅର୍ଥନୈତିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ୩୨୪ଟି ଗ୍ରାମରେ କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ଦୂର କରିବା ପାଇଁ କିଶୋରୀ ଏକ୍ସପ୍ରେସ ପ୍ରକଳ୍ପ ଉଚ୍ଚ ମାନର ସ୍ୱାସ୍ଥ୍ୟସେବା ନିମନ୍ତେ ଟେଲି ମେଡିସିନ କେନ୍ଦ୍ର, ବୃକ୍ଷରୋପଣ ଓ ଜଳ ଅମଳ ସଂରଚନା ନିର୍ମାଣ, ପିଲାମାନଙ୍କ ନିମନ୍ତେ ଶିକ୍ଷା ଯୋଜନା, ମେଧାବୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ମେଧାବୃତି ଯୋଜନା, ଆଦି ପିଲାମାନଙ୍କ ନିମନ୍ତେ ଖାଦ୍ୟ ସହାୟତା, ନାବାର୍ଡ ସହଭାଗିତାରେ ଜଳବିଭାଜିକା କାର୍ଯ୍ୟକ୍ରମ, ଲୋକମାନଙ୍କ ସୁବିଧା ନିମନ୍ତେ ରାସ୍ତା ଓ ଗୋଷ୍ଠୀକେନ୍ଦ୍ର ନିର୍ମାଣ, ଗ୍ରାମୀଣ କ୍ରୀଡ଼ା ଓ ସଂସ୍କୃତିକୁ ପ୍ରୋତ୍ସାହନ, ବଣେଇଠାରେ ୨୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍ ନିର୍ମାଣ, କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ମହିଳା ସଶକ୍ତିକରଣ, ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଏବଂ ଓପିଜିନ୍ଦଲ କମୁ୍ୟନିଟି କଲେଜ୍ ମାଧ୍ୟମରେ କୌଶଳ ବିକାଶ ଓ ଆଇସିଡିସି ମାଧ୍ୟମରେ ୨ଲକ୍ଷରୁ ଅଧିକ ଲୋକମାନଙ୍କ ସ୍ୱେଚ୍ଛାକୃତ ଏଚଆଇଭି ପରୀକ୍ଷଣ ଦ୍ୱାରା ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଇତ୍ୟାଦି ସିଏସ୍ଆର କାର୍ଯ୍ୟକ୍ରମ କରାଯାଉଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook