May 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ମକରରେ ଓନଲି ପ୍ୟାର୍

    Share on :
    Date: Jan 2, 2018    Views: 181

    ଭୁବନେଶ୍ୱରରୁ ଜିତେନ୍ଦ୍ର କୁମାର ଜେନା : ଏଇ ମକରରେ ଆପଣ ପ୍ରେମରେ ପଡ଼ିବା ଥୟ  । କି କଥା ଆଜ୍ଞା ଆଗକୁ ଭାଲେଂଟାଇନ ଡେ ଆସୁଛି ମାନେ ଏବେଠୁ ପ୍ରସ୍ତୁତ ହେବାକୁ ପଡ଼ିବ ନା  ।  ଅବଶ୍ୟ ଆପଣଙ୍କୁ ଆଉ ବେଶୀ ପ୍ରସ୍ତୁତି କରିବାକୁ ପଡ଼ିବନି  । କାହିଁକିନା ଏଇ ମକରରେ ଆପଣମାନଙ୍କୁ କେବଳ ପ୍ୟାର୍ ବା ପ୍ରେମ କରିବାକୁ ଉପଦେଶ ଦେବେ ଲଭ ଗୁରୁ ବାବୁଶାନ  । ମକରରେ ଅର୍ଥାତ ଜାନୁଆରି ୧୪ରେ ରିଲିଜ୍ ହେବାକୁ ଯାଉଛି ନୂଆ ଓଡ଼ିଆ ‘ଫିଲ୍ମ ଓନଲି ପ୍ୟାର’ । ମେଗାଷ୍ଟାର ବାବୁଶାନଙ୍କ ଅଭିନୀତ ଏହି ସିନେମାର ପ୍ରଯୋଜକ ହେଉଛନ୍ତି ସୁନୀଲ କୁମାର ଦାଶ  । ତାପସ ସରଘରିଆ ଦମଦାର ନିଦେ୍ର୍ଧଶନା ଦେଇଥିବାବେଳେ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର୍  । ବାବୁଶାନଙ୍କ ବିପକ୍ଷରେ ସୁପ୍ରିୟା ନାୟିକା ସାଜିଛନ୍ତି  । ମିହିର ଦାସ, ଅପରାଜିତା, ପ୍ରଜ୍ଞା, ଚୌଧୁରୀ ବିକାଶ ଦାସଙ୍କ ସହ ଅନେକ କୁନିକୁନି ପିଲା ସିନେମାର କାହାଣୀକୁ ବେଶ ଗତିଶୀଳ କରିଥିବେ ବୋଲି ଆଶା  । କାହାଣୀର ଶୀର୍ଷକ ଦେଖିଲେ ମନ ଯେତେବେଳେ ରୋମାଂଟିକ ହୋଇଯାଉଛି, ସିନେମା ଦେଖିଲେ ମନ କେମିିତ ହେବ ? ଏଇ କଥା ଭାବୁଛନ୍ତି ନା  । ଦର୍ଶକେ... କୁଲ... କୁଲ...  । ଆଗ ସିନେମା ପ୍ରେକ୍ଷାଳୟକୁ ଆସୁ, ଜଣାପଡ଼ିବ ବାବୁଶାନ ଯୁବକ ଯୁବତୀଙ୍କ ମନକୁ କେତେ ରୋମାଂଟିକ କରିଦେଇଛନ୍ତି  ।

    Maximum 500 characters

    କଳା View all

    Find Us on Facebook