Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଫ୍ୟାନ୍ଙ୍କ ସହ ଛଳନା କରୁଛନ୍ତି ଅନୁଷ୍କା

    Date: Jan 2, 2018    Views: 25


    ଆଗକୁ ମୁକ୍ତିଲାଭ କରିବାକୁ ଯାଉଛି ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଫିଲ୍ଲୌରି’  । ଅନୁଷ୍କା ନିଜ ଚଳଚ୍ଚିତ୍ରର ପ୍ରଚାର ନିମନ୍ତେ ନିକଟରେ ତାଙ୍କର ହ୍ୱାଟ୍ସଆପ୍ ନମ୍ବରକୁ ଫ୍ୟାନ୍ମାନଙ୍କ ସହ ବାଣ୍ଟିଥିଲେ ବୋଲି ଏକ ଖବର ପ୍ରକାଶ ପାଇଥିଲା  । ଅନୁଷ୍କାଙ୍କ ନମ୍ବର ପାଇବା କ୍ଷଣି ବହୁ ପ୍ରଶଂସକ ନମ୍ବରଟିକୁ ନିଜ ମୋବାଇଲ୍ରେ ସେଭ୍ କରିଦେଇଥିଲେ  । ନମ୍ବର ସେଭ୍ ପରେ ପ୍ରୋଫାଇଲ୍ ଫଟୋରେ ଅନୁଷ୍କାଙ୍କୁ ‘ଫିଲ୍ଲୌରି’ ଚଳଚ୍ଚିତ୍ର ଚରିତ୍ରର ଏକ ଫଟୋରେ ଦେଖିବାକୁ ମିଳିଥିଲା  । ମାତ୍ର ସେହି ନମ୍ବରଟିକୁ କେହି ମେସେଜ୍ କଲେ ମେସେଜ୍ ଯାଉନାହିଁ କିମ୍ବା କଲ୍ ମଧ୍ୟ ଲାଗୁନାହିଁ  । ଅନୁଷ୍କାଙ୍କ ନମ୍ବର ସୁଇଚ୍ ଅଫ୍ ଦେଖାଉଛି  । ଅନୁଷ୍କାଙ୍କର ଫ୍ୟାନ୍ ମାନଙ୍କ ସହ ଏପରି ଛଳନା ତାଙ୍କ ସମ୍ମାନ ଓ ଲୋକପ୍ରିୟତା ଉପରେ ଆଞ୍ଚ୍ ଆଣୁଛି  । ଖବରରେ ପ୍ରକାଶ କରାଯାଇଥିଲା ଯେ ଅନୁଷ୍କା ତାଙ୍କ ଫ୍ୟାନ୍ମାନଙ୍କ ସହ ମେସେଜ୍ ଚାଟ୍ କରିବା ସହ ଭିଡ଼ିଓ କଲିଂ ବି କରୁଛନ୍ତି  ।

    Maximum 500 characters

    କଳା View all

    Find Us on Facebook